ବାରିପଦା: ଜଙ୍ଗଲରେ ଆମ୍ବ ଗଛରେ ଚଢି ଆମ୍ବ ତୋଳିବା ହେଲା କାଳ। ଗଛରୁ ୪୦ ଫୁଟ ତଳକୁ ଖସିପଡି ପ୍ରାଣ ହରାଇଲେ ଯୁବକ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଗଡିଗାଁ ଗ୍ରାମପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମରେ ।
ଘଟଣା ଅନୁସାରେ ହାଣ୍ଡିଭଙ୍ଗା ଗ୍ରାମର ପରମେଶ୍ବର କଟୁଆଳ ଆଜି ନିଜ ସ୍ତ୍ରୀ ସହ ନିକଟସ୍ଥ ଜଙ୍ଗଲକୁ ଆମ୍ବ ତୋଳିବା ପାଇଁ ଯାଇଥିଲେ । ଆମ୍ବ ଗଛରେ ଚଢି ଆମ୍ବ ତୋଳୁଥିବାବେଳେ ପରମେଶ୍ବରଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ଗଛରୁ ପ୍ରାୟ 40 ଫୁଟ ତଳକୁ ଖସି ପଡିଥିଲେ ସେ । ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏଭଳି ଦୁଖଃଦ ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ