ETV Bharat / state

ନାବାଳିକାକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ଯୁବକ ଗିରଫ - rairangpur latest news

ନାବାଳିକାକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ଯୁବକ ଗିରଫ । ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

rairangpur
ନାବାଳିକାକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ଯୁବକ ଗିରଫ
author img

By

Published : Nov 20, 2020, 5:39 PM IST

ରାଇରଙ୍ଗପୁର: ନାବାଳିକାକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ଯୁବକ ଗିରଫ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଅଞ୍ଚଳରେ ଘଟିଛି ଏହି ଘଟଣା ।

ନାବାଳିକାକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ଯୁବକ ଗିରଫ

ସୂଚନା ଅନୁଯାୟୀ ନାବାଳିକାକୁ ବର୍ଷେ ପୂର୍ବରୁ ଯୁବକ ଜଣକ ମୋବାଇଲରେ ପ୍ରେମ ଜାଲରେ ଫସାଇଥିଲା । ପରେ ଗର୍ଭବତୀ ହେବା ଜାଣି ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଅପହରଣ କରି ନେଇଥିଲା । ନାବାଳିକା ଘଟଣାକୁ ପ୍ରଘଟ କରିଦେବାରୁ ଅଭିଯୁକ୍ତ ଜଣକ ଗତ 8 ତାରିଖ ଦିନ ନାବାଳିକାକୁ ଅପହରଣ କରି ନେଇଥିଲା କିନ୍ତୁ ସୌଭାଗ୍ୟ ବଶତଃ ପରିବାର ଲୋକେ ନାବାଳିକାକୁ ଭାଲୁବସା ଗ୍ରାମରୁ ଉଦ୍ଧାର କରିଥିଲେ । ନାବାଳିକାଙ୍କ କକା ଗତ ୧୧ ତାରିଖ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ସେପଟେ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଅଭିଯୁକ୍ତକୁ ଗିରଫ କରି ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଭଳବେଡା ଗ୍ରାମର ମନୋଜ ପାତ୍ର ବୋଲି ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.