ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶ୍ୟାମାନନ୍ଦପୁର ଗାଁରୁ 61 କିଲୋ ଗଞ୍ଜେଇ ଜବତ କଲା ରାସଗୋବିନ୍ଦପୁର ପୋଲିସ । ଏଥିସହିତ ଗଞ୍ଜେଇ କାରବାରରେ ସମ୍ପୃକ୍ତ 3 ଜଣକୁ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ 3 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।
ଚଢାଉ ସମୟରେ ଏମାନଙ୍କ ପାଖରୁ ଗୋଟିଏ ବୋଲେରୋ ଗାଡି, ନଗଦ 20 ହଜାର ଟଙ୍କା ସହିତ ମୋବାଇଲ ଜବତ କରିଛି ପୋଲିସ । ଘଟଣାରେ ପୋଲିସ ଘର ମାଲିକକୁ ପୋଲିସ ଥାନା ଆଣି ପଚାର ଉଚାର କରୁଛି । ରଫାକତ ଅଲ୍ଲୀ ଘରଭଡା ନେଇ ଓ୍ବେଲଡିଂ ଦୋକାନ କରୁଥିଲେ ।
ଶ୍ୟାମାନନ୍ଦପୁରରେ ରବିନ୍ଦ୍ର କୁମାର ଦେ(50)ଙ୍କ ଘରେ ବିପୁଳ ପରିମାଣର ଗଞ୍ଜେଇ ରଖି ରାଫତକ ଅଲ୍ଲି(42) ଓ ମିହିର ବିଶ୍ବାଳ(20) ବ୍ୟବସାୟ ଚଳାଉଥିଲେ । କୌଣସି ଏକ ସୂତ୍ରରୁ ଖବର ପାଇ ବ୍ୟବସାୟୀଙ୍କ ଘରେ ଅଚାନକ ଚଢାଉ କରିଥିଲା ପୋଲିସ । ପୋଲିସକୁ ଦେଖି ତୁରନ୍ତ ଘର ସାମ୍ନାରେ ଥିବା ଏକ ବୋଲେରର ନମ୍ବର ପ୍ଲେଟ ବଦଳ କରିଥିଲେ । ଗାଡିର ସାମ୍ନା ନମ୍ବର OR 01U 2181 ରହିଥିବାବେଳେ ଗାଡି ପଛରେ ଷ୍ଟିକରିଂ ନମ୍ବର WB 58T 4787 ଲେଖା ଅଛି । ଯାହାକି ଚୋରା କାରବାରରେ ଏହି ବୋଲେରୋ ବ୍ୟବହାର ହେଉଥିବା ସ୍ପଷ୍ଟ ପ୍ରମାଣ କରୁଛି । ଏହି ଘଟଣାରେ ଆହୁରି ଅନେକ ସମ୍ପୃକ୍ତ ଥିବାନେଇ ପୋଲିସ ବିଭିନ୍ନ ଦିଗକୁ ଯାଞ୍ଚ କରୁଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ