ETV Bharat / state

ମୟୂରଭଞ୍ଜରୁ ୫ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅଞ୍ଚଳରୁ ୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ ହୋଇଛି । ଅଧିକ ପଢନ୍ତୁ...

ମୟୂରଭଞ୍ଜରୁ ୫ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ
ମୟୂରଭଞ୍ଜରୁ ୫ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ
author img

By

Published : Aug 15, 2021, 7:14 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଜଶିପୁର ଥାନା ଅଞ୍ଚଳରୁ ୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ପୋଲିସ ୨ ଜଣ ଚାଲାଣକାରୀଙ୍କୁ ଗିରଫ କରିଛି । ଏହି ଧଳା ଜହର ବାଲେଶ୍ବର ଜିଲ୍ଲାରୁ କେନ୍ଦୁଝର ଜିଲ୍ଲାକୁ ଚାଲାଣ ହେଉଥିବା ସୂଚନା ମିଳିଛି ।

ମୟୂରଭଞ୍ଜରୁ ୫ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ପୁଣି ରାଜ୍ୟରେ ଧଳା ଜହର କାରବାର ସକ୍ରିୟ ହୋଇଥିବା ନଜରକୁ ଆସିଛି । ବାଲେଶ୍ଵର ଜିଲ୍ଲାରୁ କେନ୍ଦୁଝର ଜିଲ୍ଲାକୁ ବ୍ରାଉନ ସୁଗାର ଚୋରା ଚାଲାଣ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ହାତରେ ଧରା ପଡିଛନ୍ତି ଏହି ଚାଲାଣକାରୀ । ଜିଲ୍ଲାର ଜଶିପୁର ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଛେଳିଗାଧୁଳି ଟୋଲ ଗେଟ ନିକଟରେ ଏହି ନିଶାଦ୍ରବ୍ୟକୁ ଟିମ ଜବତ କରିଛି ।

ତେବେ ସେମାନଙ୍କ ନିକଟରୁ ୫୦ ଗ୍ରାମ ଓଜନର ବ୍ରାଉନସୁଗାର ସହ ଏକ ବାଇକକୁ ଜବତ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତ ୨ ଜଣ ହେଉଛନ୍ତି କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳ ଚକା ଗାଁର ଆଶିଷ କୁମାର ଗିରି ଓ ହରିହରପୁର ଗାଁର କ୍ଷୀରୋଦ ଚନ୍ଦ୍ର ମହାନ୍ତ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.