ETV Bharat / state

ଲକ୍ଷାଧିକ ଟଙ୍କାର କାଠ ସହ ଟ୍ରକକୁ ଜବତ କଲେ ଗ୍ରାମବାସୀ - କାଠ ମାଫିଆ ଚୋରା ଚାଲାଣ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧିନରେ ଲକ୍ଷାଧିକ ଟଙ୍କାର କାଠ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଟ୍ରକ ଅଟକ । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମୟୁରଭଞ୍ଜ
author img

By

Published : Nov 24, 2019, 3:41 AM IST

ବାରିପଦା: ଲକ୍ଷାଧିକ ଟଙ୍କାର କାଠ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଟ୍ରକ ଅଟକ । କାଠ ବୋଝେଇ ଟ୍ରକକୁ ଅଟକ ରଖିବା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧିନ ଚକୁଳିଆ ଗ୍ରାମ୍ୟ ଜଙ୍ଗଲରୁ ଦଶ ଚକିଆ ଟ୍ରକରେ କାଠ ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ମାନେ ଟ୍ରକକୁ ଅଟକ ରଖି ବେତନଟୀ ବନବିଭାଗକୁ ଖବର ଦେଇଥିଲେ । ଦୀର୍ଘ ଦିନ ହେବ ଲଗାତାର ଚକୁଳିଆ ଗ୍ରାମ୍ୟ ଜଙ୍ଗଲରୁ ଆକାଶି, ମହୁଲ ,ପଟାସ ଗଛ ଚୋରା କାରବାର ଚାଲିଥିଲା । ରାତିରେ ମାଫିଆ ମାନେ ମେସିନ ଦ୍ବାରା ଗଛ କାଟି ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି । କାଠ ମାଫିଆଙ୍କ କାଠ ବୋଝେଇ ଟ୍ରକକୁ ଅଟକ ରଖି ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କାଠ ମାଫିଆମାନେ ରାତିରେ ଗଛ କାଟି ରାତାରାତି ବଡ଼ ବଡ଼ ଗଛକୁ ବାହାରକୁ ଚାଲାଣ କରୁଥିବା ବେଳେ ଦିନବେଳେ ମଧ୍ୟ ସୁଯୋଗ ଦେଖି ଗଛକୁ ଟ୍ରକ ମାଧ୍ୟମରେ ଲୁଟ ହେଉଛି । ତେବେ ଟ୍ରକକୁ ଛାଡି ମାଫିଆ ସହ ଟ୍ରକ ଡ୍ରାଇଭର ଆଉ ହେଲପର ଘଟଣାସ୍ଥଳ ରୁ ଚମ୍ପଟ ମାରିଛନ୍ତି । ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧିନ ଚକୁଳିଆ ଗ୍ରାମ୍ୟ ଜଙ୍ଗଲ ରୁ ଦଶ ଚକିୟା ଟ୍ରକ ରେ କାଠ ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ମାନେ ଟ୍ରକ କୁ ଅଟକ ରଖି ବେତନଟୀ ବନବିଭାଗ କୁ ଖବର ଦେଇଥିଲେ । ଗ୍ରାମବାସୀ କାଠ ବୋଝେଇ ଟ୍ରକ କୁ ଅଟକ ରଖିବା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଦୀର୍ଘ ଦିନ ହେବ ଲଗାତାର ଚକୁଳିଆ ଗ୍ରାମ୍ୟ ଜଙ୍ଗଲ ରୁ ଆକାଶି , ମହୁଲ ,ପଟାଶ ଗଛ ଚୋରି ହେଇ ଚାଲିଥିଲା ।ରାତିରେ ମାଫିଆ ମାନେ ମେସିନ ଦ୍ୱାରା ଗଛ କାଟି ପୋଡଶୀ ପଶ୍ଚିମବଙ୍ଗ କୁ ଚାଲାଣ କରିଥାନ୍ତି ବୋଲି କହିଛନ୍ତି ଗ୍ରାମବାସୀ ମାନେ । କାଠ ମାଫିଆ ଙ୍କ କାଠ ବୋଝେଇ ଟ୍ରକ କୁ ଅଟକ ରଖି ବନ ବିଭାଗ କୁ ଖବର ଦେବାପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାଠ ମାଫିଆମାନେ ରାତିରେ ଗଛ କାଟି ରାତାରାତି ବଡ଼ ବଡ଼ ଗଛ କୁ ବାହାର କୁ ଚାଲାଣ କରୁଥିବା ବେଳେ ଦିନବେଳେ ମଧ୍ୟ ସୁଯୋଗ ଦେଖି ଗଛକୁ ଟ୍ରକ ମାଧ୍ୟମରେ ଲୂଟ ହେଉଛି। ତେବେ ଟ୍ରକ କୁ ଛାଡି ମାଫିଆ ସହ ଟ୍ରକ ଡ୍ରାଇଭର ଆଉ ହେଲାପର ଘଟଣାସ୍ଥଳ ରୁ ଚମ୍ପଟ ମାରିଛନ୍ତି। ଜବତ କାଠ ର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି।
ବାଇଟ- ସାଗରାମ ସରେନ-ଗ୍ରାମବାସୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.