ETV Bharat / state

କାଠ ବ୍ୟବସାୟୀରୁ ପ୍ରକୃତି ଉପାସକ, ଶାଳ-ଚନ୍ଦନ ବଣ ସୃଷ୍ଟି ନିଶାରେ ଗୋପାଳ

author img

By

Published : Jun 25, 2020, 12:26 PM IST

ଦିନେ ଜଙ୍ଗଲ ଲୁଟୁଥିଲେ । ଏବେ କିନ୍ତୁ ପ୍ରକୃତି ପ୍ରେମରେ କାଠ ମାଫିଆ ଗୋପାଳ । ପୂର୍ବରୁ ଜଙ୍ଗଲରୁ କାଠ କାଟି ବିକ୍ରି କରି କାଠ ମାଫିଆ ଭାବେ ନିନ୍ଦିତ ହେଉଥିଲେ । ଏବେ କାଠ ବ୍ୟବସାୟ ଛାଡି ଜଙ୍ଗଲ ସୃଷ୍ଟି ନିଶାରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଧାନ ଘେରୀ ଗାଁର ଆଦିବାସୀ ଗୋପାଳ ମୁର୍ମୁ । ଦେଖନ୍ତୁ ରିପୋର୍ଟ...

ପ୍ରକୃତି ପ୍ରେମରେ କାଠ ମାଫିଆ ଗୋପାଳ
ପ୍ରକୃତି ପ୍ରେମରେ କାଠ ମାଫିଆ ଗୋପାଳ

ବାରିପଦା: ଦିନେ ଜଙ୍ଗଲରୁ କାଠ କାଟି ବିକ୍ରି କରୁଥିଲେ । ଆଉ କାଠ ମାଫିଆ ଭାବେ ଚାରିଆଡେ ନିନ୍ଦିତ ହେଉଥିଲେ । ହେଲେ ଏବେ ବଦଳିଯାଇଛି ପରିସ୍ଥିତି । କାଠ ମାଫିଆରୁ ପ୍ରକୃତି ପ୍ରେମୀ ପାଲଟିଯାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଧାନଘେରୀ ଗାଁର ଗୋପାଳ ମୁର୍ମୁ । ନିଜ ଗାଁ ବାଡିରେ ସୃଷ୍ଟି କରିଛନ୍ତି ଛୋଟ ଜଙ୍ଗଲ ।

ପ୍ରକୃତି ପ୍ରେମରେ କାଠ ମାଫିଆ ଗୋପାଳ

ପୂର୍ବରୁ ଜଙ୍ଗଲରୁ କାଠ କାଟି ବିକ୍ରି କରୁଥିବାବେଳେ କାଠ ବ୍ୟବସାୟ ଛାଡି ଗଛ ଲଗାଇବା ନିଶାରେ ପଡିଛନ୍ତି ଗୋପାଳ । 2002 ମସିହାରୁ ଗୋପାଳ ନିଜ ଉଦ୍ୟମରେ ପ୍ରଥମେ ଶାଳ ଗଛ ଚାରା ପକାଇ ଆରମ୍ଭ କରିଥିଲେ ବାଡିରେ ଗଛ ଲଗାଇବା ପ୍ରକ୍ରିୟା ।

ପରେ ଶାଳ ସହିତ ଚନ୍ଦନ, ମହୁଲ, ରୁଦ୍ରାକ୍ଷ ଭଳି ମୂଲ୍ୟବାନ ଗଛ ଲଗାଇ ଏହାର ରକ୍ଷଣାବେକ୍ଷଣ କରୁଛନ୍ତି ଗୋପାଳ । ଖାଲି ସେତିକି ନୁହେଁ ସପୁରୀ, ଅଶୋକ, ଲେମ୍ବୁ ଆଦି ଗଛ ଲଗାଇ ବାଡିକୁ କୁତ୍ରିମ ଜଙ୍ଗଲରେ ପରିଣତ କରିଛନ୍ତି ସେ ।

ତେବେ ସବୁଠାରୁ ବଡକଥା ହେଉଛି ଶାଳ ଗଛ ଚାରାରୋପଣ ପରେ ଶାଳ ଜଙ୍ଗଲ ସୃଷ୍ଟି କରିବା ସହଜ ହୋଇନଥିଲେ ମଧ୍ୟ ସେ ତାହା କରି ଦେଖାଇଛନ୍ତି । ଏନେଇ ତାଙ୍କୁ ପରିବାରର ସମର୍ଥନ ମଧ୍ୟ ମିଳିଛି । ସେପଟେ ଗୋପାଳଙ୍କ ଏପରି ନିଶା ଦେଖି ତାଙ୍କୁ ଗ୍ରାମବାସୀ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.