ETV Bharat / state

ନିଶାମୁକ୍ତ ହେବ ଉତ୍ତର ଓଡିଶା, ନିଶା ନିବାରଣ ଅଭିଯାନରେ 57 ରୁ ଊର୍ଦ୍ଧ୍ବ ଏସଏସଜି ଗ୍ରୁପ - ମଦ

ଗାଁରୁ ସମସ୍ତ ମଦ ଦୋକାନ ହଟାଇବା ପାଇଁ ଶୋଭାଯାତ୍ରା କଲେ ମୟୂରଭଞ୍ଜ ମୁଣ୍ଡାଠାକୁରା ସ୍ବୟଂ ସହାୟକ ସଂଘ । ଏପଟେ ବଡ଼ବିଲ ୱାର୍ଡ଼ ନଂ ୨ ଦଲକି ବସ୍ତିର ମହିଳା ଆଜି ଏକଜୁଟ ହୋଇ ଆରମ୍ଭ କରିଛନ୍ତି ନିଶା ନିବାରଣ ଅଭିଯାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା/ପ୍ରତିନିଧି, କେନ୍ଦୁଝର,ରାଇରଙ୍ଗପୁର
author img

By

Published : Aug 20, 2019, 11:46 PM IST

Updated : Aug 21, 2019, 11:41 AM IST

କେନ୍ଦୁଝର/ରାଇରଙ୍ଗପୁର: ମୟୂରଭଞ୍ଜ ମୁଣ୍ଡାଠାକୁରାରେ ମଦ ବିକ୍ରି ନେଇ ତାତିଲେ ମହିଳା । ଗାଁରୁ ସମସ୍ତ ମଦ ଦୋକାନ ହଟାଇବା ପାଇଁ 57ରୁ ଊର୍ଦ୍ଧ୍ବ ସ୍ବଂୟ ସହାୟକ ଗୋଷ୍ଠୀ ଶୋଭାଯାତ୍ରା କରିଛନ୍ତି ।

ଗାଁ ପାଖ ରାସ୍ତାକଡରେ ମଦ ଦୋକାନ ଥିବାରୁ ଦୁର୍ଘଟଣା, ମହିଳା ମାନଙ୍କୁ ଅଶ୍ଳୀଳ ଗାଳି ଗୁଲଜ, ଘରର ରୋଜଗାରିଆ ପିଲାମାନେ ମଦ ପିଇ ବୃଦ୍ଧ ବାପ ମା, ସ୍ତ୍ରୀ , ଛୁଆ ପିଲାଙ୍କୁ ମାରପିଟ କରୁଛନ୍ତି । ସଂଧ୍ୟା ହେଲେ ମଦୁଆ ଭୟରେ ତାଟି କବାଟ ପଡିଯାଉଛି । ଝିଅ ,ବୋହୂ ଘରୁ ବାହାରି ପାରୁନାହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା/ପ୍ରତିନିଧି, କେନ୍ଦୁଝର,ରାଇରଙ୍ଗପୁର

ଏହାକୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପଜିଲ୍ଲାପାଳ, ବିଡିଓ, ଅବକାରୀ ବିଭାଗକୁ ଲିଖିତ ଦେଲେ ବି କିଛି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ନିଦାବିଷ୍ନୁ ସାଜିଛି । ଅବକାରୀ ବିଭାଗ-ମଦ ବେପାରୀଙ୍କ ମଧୁଚନ୍ଦ୍ରିକାରେ ଗାଁ ଲୋକେ ମଦୁଆଙ୍କ ପ୍ରକୋପରେ ପେଶି ହେଉଥିବାର ଅଭିଯୋଗ ହେଉଛି ।

ସମାନ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବଡ଼ବିଲରେ । ମଦକୁ ବିରୋଧ କରି ବଡ଼ବିଲ ୱାର୍ଡ଼ ନଂ ୨ ଦଲକି ବସ୍ତିର ମହିଳା ଆଜି ଏକଜୁଟ ହୋଇ ଆରମ୍ଭ କରିଛନ୍ତି ନିଶା ନିବାରଣ ଅଭିଯାନ । ଦଲକି ବସ୍ତିର ଶତାଧିକ ମହିଳା ଠାକୁରାଣୀ ଅଞ୍ଚଳରେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସାହି ପରିକ୍ରମା କରି ମଦ ବନ୍ଦ କରିବାକୁ ଦାବି ଜଣାଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା ଓ କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ମଦ ବିରୋଧରେ ତାତିଲେ ମହିଳା, ଆରମ୍ଭ ହେଲା ନିଶା ନିବାରଣ ଅଭିଯାନ ।
Body:
ଆଙ୍କର -ମଦ ଦ୍ୱାରା ବହୁ ଘରେ କଳି ଝଗଡ଼ା ହେବା ସହ ଅନେକ ସମସ୍ୟା ଉପୁଜୁଛି । ରୋଜଗାରର ସମସ୍ତ ଟଙ୍କା ମଦ ପିଇବାରେ ଖର୍ଚ୍ଚ କରିବା ପରେ ଜମିବାଡ଼ି ମଧ୍ୟ ବିକ୍ରି କରିଦେଉଛନ୍ତି, ଏପରିକି କାହାର ବାପା, କାହାର ପୁଅ ତ ଆଉ କାହାର ସ୍ୱାମୀ ମଦ ପିଇ ଜୀବନ ହାରୁଛନ୍ତି । ଭିଭିନ୍ନ ସମୟରେ ମଦ ବିରୋଧି ଆନ୍ଦୋଳନ ତେଜୁଛି , ହେଲେ ସରକାର ସବୁ ଜାଣି ମଧ୍ୟ ଅଜଣା । ଏସବୁ ଭିତରେ ବଡ଼ବିଲରେ ମଦକୁ ବିରୋଧ କରିଛନ୍ତି ମହିଳା । ବଡ଼ବିଲ ୱାର୍ଡ଼ ନଂ ୨ ଦଲକି ବସ୍ତିର ମହିଳା ଆଜି ଏକଜୁଟ ହୋଇ ମଦ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି, ଆରମ୍ଭ କରିଛନ୍ତି ନିଶା ନିବାରଣ ଅଭିଯାନ । ଦଲକି ବସ୍ତିର ଶତାଧିକ ମହିଳା ଆଜି ଦଲକି ଠାକୁରାଣୀ ଅଂଚଳରେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସାହି ଅଂଚଳ ପରକ୍ରମା କରି ମଦ ବନ୍ଦ କରିବାକୁ ଦାବି ଜଣାଇଛନ୍ତି । ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ସେମାନେ ବିରୋଧ କରିଛନ୍ତି ।ସଂପୂର୍ଣ୍ଣ ରୂପେ ମଦ ବନ୍ଦ ନ ହେବା ଯାଏଁ ଏହିପରି ଆନ୍ଦୋଳନ ଜାରି ରହିବ ବୋଲି ରୋକ ଠୋକ୍ ଶୁଣାଇ ଦେଇଛନ୍ତି ଏମାନେ ।Conclusion:
Last Updated : Aug 21, 2019, 11:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.