ETV Bharat / state

ରାଇରଙ୍ଗପୁରରେ ମହିଳାଙ୍କ ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା ସସପେନ୍ସ

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ବାପଘର ପକ୍ଷରୁ କରାଯାଇଛି ଯୌତୁକ ଜନିତ ହତ୍ୟା ଅଭିଯୋଗ। ପୋଲିସର ଛାନଭିନ ଆରମ୍ଭ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଆହାରବନ୍ଧ ଗ୍ରାମର ନାୟକ ସାହିରେ ଘଟିଛି ଏଭଳି ଘଟଣା।

author img

By

Published : Sep 3, 2019, 6:06 PM IST

ଡିଜାଇନ ଫଟୋ

ରାଇରଙ୍ଗପୁର: ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ବାପଘର ପକ୍ଷରୁ ଯୌତୁକ ଜନିତ ହତ୍ୟା ଅଭିଯୋଗ । ପୋଲିସର ଛାନଭିନ ଆରମ୍ଭ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଆହାରବନ୍ଧ ଗ୍ରାମର ନାୟକ ସାହିରେ ଘଟିଛି ଏଭଳି ଘଟଣା। ମୃତ ମହିଳା ଜଣକ ଗ୍ରାମର ଉପେନ୍ଦ୍ର ବାରିକଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବାରିକ ।

ମହିଳାଙ୍କ ମୃତ୍ୟୁ ଖବର ପାଇ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଥିବାର ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ପଲଙ୍କ ଉପରେ ପଡିଥିବାର ଦେଖିବାକୁ ପାଇଥିଲା । ତେବେ ମହିଳା ଜଣଙ୍କ ଘର ଭିତର ପଟୁ କବାଟ ଦେଇ ଶାଢୀରେ ଆତ୍ମହତ୍ୟା କରିଥିଲେ ପରେ ଆଣି ଜାଣିପାରି କବାଟ ଭାଙ୍ଗି ମୃତଦେହକୁ ପଲଙ୍କ ଉପରେ ଶୁଆଇଥିବା କହିଛନ୍ତି ଶାଶୂଘର ଲୋକେ ।

ସେପଟେ ଯୌତୁକ ପାଇଁ ଝିଅକୁ ଶାଶୂଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଯୌତୁକ ନମିଳିବାରୁ ତାଙ୍କୁ ମାରିଦେଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା । ଝିଅର ମୃତ୍ୟୁକୁ ନେଇ ଝିଅର ସ୍ବାମୀ, ଶାଶୂ, ଶ୍ବଶୁର, ନଣନ୍ଦ ଓ ନଣନ୍ଦେଇଙ୍କ ନାଁରେ ସେ ଥାନାରେ ଅଭିଯୋଗ କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ଘଟଣାର ଛାନଭିନ ଆରମ୍ଭ କରି ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ୍ ଟିମକୁ ଡକାଇ ଥିବା ଜଣାପଡିଛି। ସେପଟେ ମାଜିଷ୍ଟ୍ରେଟ ଭାବେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଆସି ପରିବାର ଓ ବାପ ଘର ଲୋକଙ୍କ ବୟାନ ରେକର୍ଡ କରିଛନ୍ତି।

ତେବେ ମୃତ ମହିଳାଙ୍କ ସ୍ବାମୀ ଚେନ୍ନାଇରେ ଥିବା ବେଳେ ଘରେ ତାଙ୍କର ଏକମାତ୍ର ଅଢେଇ ବର୍ଷର ଶିଶୁ ପୁତ୍ର ଓ ଶାଶୂ-ଶ୍ବଶୁର ଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.