ETV Bharat / state

G-20 Summit: ଓଡିଶା ମିଲେଟ ମିଶନ ସଫଳତା ଜାଣିବ ସାରା ବିଶ୍ୱ, ମୟୂରଭଞ୍ଜର ଚାଷୀ ସୁବାସା ମହାନ୍ତ ବଖାଣିବେ ମାଣ୍ଡିଆ ଚାଷର ଅନୁଭୂତି - ମୟୂରଭଞ୍ଜର ମହିଳା ଚାଷୀ ସୁବାସା ମହାନ୍ତ

ମାଣ୍ଡିଆ ଚାଷ କରି ବିଶ୍ବ ଦରବାରରେ ପରିଚିତ ମୟୂରଭଞ୍ଜର ମହିଳା ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଜି-୨୦ ସମ୍ମିଳନୀରେ ଯୋଗଦେବେ । ଏଠାରେ ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୁତି ଓ ମାଣ୍ଡିଆର ଉପକାରିତା ସମ୍ପର୍କରେ ବର୍ଣ୍ଣନା କରିବେ ସୁବାସା । ଅଧିକ ପଢ଼ନ୍ତୁ

G-20 ସମ୍ମିଳନୀରେ ଯୋଗଦେବେ ମୟୂରଭଞ୍ଜର ମହିଳା ଚାଷୀ ସୁବାସା ମହାନ୍ତ

author img

By ETV Bharat Odisha Team

Published : Sep 6, 2023, 10:17 PM IST

G-20 ସମ୍ମିଳନୀରେ ଯୋଗଦେବେ ମୟୂରଭଞ୍ଜର ମହିଳା ଚାଷୀ ସୁବାସା ମହାନ୍ତ

ରାଇରଙ୍ଗପୁର: ଦେଶର ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ ମୟୂରଭଞ୍ଜ ଜିଲ୍ଲାର ସୁବାସା ମହାନ୍ତ । ସୁବାସା ମହାନ୍ତ ଜଣେ ସଫଳ ମହିଳା ମାଣ୍ଡିଆ ଚାଷୀ ଭାବେ ଜାତୀୟସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏହି କାରଣରୁ ସାରା ଓଡ଼ିଶାରୁ ଚୟନ ହୋଇଥିବା ଦୁଇ ଜଣ ମହିଳା ଚାଷୀଙ୍କ ମଧ୍ୟରେ ଶୁବାସାଙ୍କ ନାମ ରହିଛି । ଉଭୟ ମହିଳା ମାଣ୍ଡିଆ ଚାଷୀ ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଯୋଗଦେବେ ଓ ସେଠାରେ ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୂତି ବଖାଣିବେ ।

ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଚୟନ ହୋଇଥିବା ଏହି ଦୁଇଜଣ ସଫଳ ମହିଳା ଚାଷୀଙ୍କ ମଧ୍ୟରୁ ସୁବାସା ମହାନ୍ତ ହେଉଛନ୍ତି ଜଣେ । ମାଣ୍ଡିଆ ଚାଷ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁବାସା ମହାନ୍ତ ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଚୟନ ହୋଇଛନ୍ତି । ତେବେ ସୁବାସା ମହାନ୍ତଙ୍କ ଘର ହେଉଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ମାଟିଆଗଡ଼ ଗ୍ରାମପଞ୍ଚାୟତର ଗୋଇଲି ଗ୍ରାମରେ । ତେବେ ଆମ ରାଜ୍ୟର ମିଲେଟ୍‌ ମିଶନର ସଫଳତା ବିଷୟରେ ଏବେ ସାରା ବିଶ୍ବ ଜାଣି ପାରିବ । କାରଣ ଏହି ସଫଳତା ବଖାଣିବା ସହ ମାଣ୍ଡିଆର ଉପକାରିତା ସଂପର୍କରେ ବର୍ଣ୍ଣନା କରିବା ପାଇଁ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେ ସଫଳ ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ।

ଏହା ମଧ୍ୟ ପଢ଼ନ୍ତୁ...ରୋଜଗାର ଦେଲା ମାଣ୍ଡିଆ, ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା

ରାଜ୍ୟ ସରକାରଙ୍କ ମିଲେଟ୍‌ ମିଶନରେ ସାମିଲ ହୋଇ ୨୦୧୮ ମସିହାରେ ପ୍ରଥମ କରି ସୁବାସା ମହାନ୍ତ ମଣ୍ଡିଆ ଚାଷ ଆରମ୍ଭ କରିଥିଲେ ଓ ଏଥିରେ ସେ ବେଶ ସଫଳ ହୋଇଥିଲେ । ଏଥି ସହିତ ଜଣେ ସଫଳ ମହିଳା ମାଣ୍ଡିଆ ଚାଷୀ ଭାବେ ସାରା ରାଜ୍ୟରେ ବେଶ ପରିଚିତ ହୋଇ ପାରିଥିଲେ ସୁବାସା । ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଏବେ ଅନ୍ୟ ଚାଷୀମାନେ ମଧ୍ୟ ମାଣ୍ଡିଆ ଚାଷ ଆରମ୍ଭ କରିଛନ୍ତି । ମାଣ୍ଡିଆ ଚାଷ କରି ପୂର୍ବରୁ ରାଜ୍ୟ ଏବଂ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି ସୁବାସା । ସେ ୨୦୨୩ର ଆନ୍ତର୍ଜାତିକ ମିଲେଟ୍‌ର ଉଚ୍ଚ ଉପଦେଷ୍ଟା କମିଟିର ସଦସ୍ୟ ମଧ୍ୟ ଅଛନ୍ତି । ସଫଳ ମାଣ୍ଡିଆ ଚାଷୀ ଭାବେ ଜି-୨୦ ସମ୍ମିଳନୀରେ ତାଙ୍କୁ ଚୟନ କରାଯାଇଥିବାବେଳେ ସେ ମାଣ୍ଡିଆ ଚାଷ ଏବଂ ମିଲେଟ ମିଶନର ସଫଳତା ବିଷୟରେ ସେଠାରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବେ । ତାଙ୍କୁ ଜି-୨୦ ସମ୍ମିଳନୀ ପାଇଁ ଚୟନ କରାଯାଇଥିବାରୁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ ଜଣାଇଛନ୍ତି । ତେବେ ଆଜି ସୁବାସା ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.