ETV Bharat / state

ଜଙ୍ଗଲରୁ 200ରୁ ଉର୍ଦ୍ଧ୍ବ ଗଛ କାଟି ଦେଲେ ବନରକ୍ଷୀ, ଅଭିଯୋଗ ପରେ ବଦଳି - ମହିଳା ବନରକ୍ଷୀ ଏକର ଏକର ଜଙ୍ଗଲ ସଫା କରି ଦେଇଥିବା ଅଭିଯୋଗ

ଜଙ୍ଗଲରୁ ଗଛ କାଟି ସଫା କରି ଦେଲେ ମହିଳା ବନରକ୍ଷୀ । ଜାଗା କିଣିବା ବେଳେ ସତ୍ୟପାଠରେ ନିଜକୁ ବ୍ୟବସାୟୀ ବୋଲି ଦର୍ଶାଇଛନ୍ତି ବନରକ୍ଷୀ । ଅଭିଯୋଗ ପରେ ତାଙ୍କୁ ବଦଳି କରାଯାଇଛି । ଅଧିକ ପଢନ୍ତୁ

woman forest guard cut trees from the forest

author img

By ETV Bharat Odisha Team

Published : Sep 8, 2023, 1:03 PM IST

woman forest guard cut trees from the forest

ରାଇରଙ୍ଗପୁର: ରକ୍ଷକ ସାଜିଛି ଭକ୍ଷକ । ଜଙ୍ଗଲକୁ ସୁରକ୍ଷା ଦେବା ବଦଳରେ ଗଛ କାଟି ଲଣ୍ଡା କରି ଦେଲେ ଫରେଷ୍ଟ ଗାର୍ଡ । ଜଣେ ମହିଳା ବନରକ୍ଷୀ ଏକର ଏକର ଜଙ୍ଗଲ ସଫା କରି ଦେଇଥିବା ଅଭିଯୋଗ ହୋଇଛି । ପ୍ରାୟ 200ରୁ ଉର୍ଦ୍ଧ୍ବ ଗଛ କାଟିବା ସହ ଯଦି କେହି ବାରଣ କରୁଛି ସେମାନଙ୍କୁ ହତ୍ୟା ଧମକ ଦେଉଛନ୍ତି ବନରକ୍ଷୀ କବିତା ବେହେରା । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳରୁ । ବନରକ୍ଷୀଙ୍କ ବିରୋଧରେ ଅଭିଯୋଗ ପରେ ବର୍ତ୍ତମାନ ତାଙ୍କୁ ଠାକୁରମୁଣ୍ଡା ରେଞ୍ଜରୁ କରଞ୍ଜିଆ ରେଞ୍ଜ ଘାଗରବେଡା ବିଟକୁ ବଦଳି କରାଯାଇଛି । ଅନ୍ୟପଟେ ଜାଗା କିଣିବା ବେଳେ ସତ୍ୟପାଠରେ ନିଜକୁ ବ୍ୟବସାୟୀ ବୋଲି ଦର୍ଶାଇଛନ୍ତି ବନରକ୍ଷୀ । କିପରି ଜଣେ ବନରକ୍ଷୀ ସରକାରୀ କର୍ମଚାରୀ ହୋଇ ଜାଗା କିଣିବା ବେଳେ ମିଥ୍ୟା ସତ୍ୟପାଠ ଦାଖଲ କଲେ ତାହା ଏବେ ପ୍ରଶ୍ନବାଚୀ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବର 2022 ମସିହାରେ ବନରକ୍ଷୀ କବିତା ବେହେରା ଠାକୁରମୁଣ୍ଡା ବ୍ଲକ ଦୁଆରଶୁଣି ମୌଜାରେ 11 ଏକର 51 ଡେସମିଲ ଜମି ନିଜ ନାମରେ କିଣିଥିଲେ । ଉକ୍ତ ଜାଗାଟି ଜଙ୍ଗଲ ଭିତରେ ଥିବାରୁ ଶ୍ରମିକ ନିୟୋଜିତ କରି ସେଠାରେ ଥିବା ବଡ଼ ବଡ ଶାଳ ଗଛ କାଟି ସେ ସଫା କରିବା ପରେ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ଦେଇଥିଲେ । ସ୍ଥାନୀୟ ଲୋକେ ଗଛ କାଟିବାରୁ ବାରଣ କରିବାରୁ ସେମାନଙ୍କୁ ମହିଳା ବନରକ୍ଷୀ ଧମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏନେଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କୁ ଜଣାଇବା ପରେ ସାତକୋଶିଆ ବନବିଭାଗ ବେଆଇନ ଭାବେ କଟାଯାଇଥିବା ଦୁଇ ଟ୍ରାକ୍ଟର ଭର୍ତ୍ତି କାଠ ଜବତ କରିଥିଲେ । ଏହାପରେ ଜବତ କାଠକୁ ରେଞ୍ଜ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ସହ ସାତକୋଶିଆ ରେଞ୍ଜରେ କେସ୍ ନଂ 149/23 ରେ ଏକ ମାମଲା ରୁଜୁ କରି ଜଣେ ଶ୍ରମିକଙ୍କୁ ଗିରଫ କରାଯିବା ପରେ ଛାଡି ଦିଆଯାଇଥିବା ଜଣାପଡିଛି । ଆଜି କାର୍ଯ୍ୟାନୁଷ୍ଠାନ ସ୍ବରୂପ ବନରକ୍ଷୀ କବିତା ବେହେରାଙ୍କୁ ଠାକୁରମୁଣ୍ଡା ରେଞ୍ଜରୁ କରଞ୍ଚିଆ ରେଞ୍ଚ ଘାଗରବେଡା ବିଟକୁ ବଦଳି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମାତିଛନ୍ତି କାଠ ମାଫିଆ, ସଫା କରିଦେଲେଣି ମୂଲ୍ୟବାନ ଗଛ

ମହିଳା ଜଣଙ୍କ ଠାକୁରମୁଣ୍ଡା ରେଞ୍ଜରେ ବର୍ତ୍ତମାନ ବନରକ୍ଷୀ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଉକ୍ତ ମହିଳା ବନରକ୍ଷୀ ଜଣକ କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜରେ ଥିବାବେଳେ ଜଣେ ଗର୍ଭବତୀ ମହିଳାଙ୍କ ପେଟକୁ ଗୋଇଠା ମାରି ଗର୍ଭ ନଷ୍ଟ କରିବା ଅପରାଧରେ କୋର୍ଟ ତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ମହିଳା ବନରକ୍ଷୀ କବିତା ବେହେରାଙ୍କ ଗତ ଏକ ବର୍ଷ ହେଲା ଚାକିରି ନିୟମିତ ହୋଇଥିବା ବେଳେ ସାତକୋଶିଆ ଅଞ୍ଚଳରେ 11.51 ଏକର ଜମି କିଣିବା ସମସ୍ତଙ୍କୁ ଚକିତ କରିଛି । ତାଙ୍କ ପାଖରେ ଏତେ ଟଙ୍କା କେଉଁଠୁ ଆସିଲା ସେନେଇ ସନ୍ଦେହ ଉପୁଜିଥିବା ବେଳେ ଏଥିରେ ଜଣେ ବନାଞ୍ଚଳ ଅଧିକାରୀଙ୍କର ସମ୍ପୂର୍ଣ୍ଣ ହାତ ଥିବାର ଚର୍ଚ୍ଚା ହେଉଛି । କାରଣ ଉକ୍ତ ଜମି ନିକଟରେ ରହୁଥିବା ଲୋକ ମାନଙ୍କୁ ଜଣେ ରେଞ୍ଜର ଧମକ ଚମକ ଦେବାର ମଧ୍ୟ ଅଭିଯୋଗ ହୋଇଛି ।

ଅନ୍ୟପଟେ ଜମି କିଣିବା ବେଳେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ବନରକ୍ଷୀ ସେଥିରେ ସେ ଜଣେ ବ୍ୟବସାୟୀ ବୋଲି ଉଲ୍ଲେଖ କରିଛନ୍ତି। ତେବେ କିପରି ଜଣେ ବନରକ୍ଷୀ ସରକାରୀ କର୍ମଚାରୀ ହୋଇ ଜାଗା କିଣିବା ବେଳେ ମିଥ୍ୟା ସତ୍ୟପାଠ ଦାଖଲ କଲେ ତାହା ମଧ୍ୟ ତଦନ୍ତ ହେବା ଜରୁରୀ । ଏ ସମ୍ପର୍କରେ ବିବାଦୀୟ ବନରକ୍ଷୀ କିମ୍ବା ବନଖଣ୍ଡ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ରାଇରଙ୍ଗପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.