ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ବଡ଼ମଣଦା ଗ୍ରାମରେ ବିଷଧର ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଖବର ସମ୍ନାକୁ ଆସିଛି । ମୃତକ ଜଣକ ହେଉଛନ୍ତି କେଶନି ଗିରି ।
ଘରେ ଶୋଇଥିବା ସମୟରେ କେଶନିଙ୍କ ଡାହାଣ ହାତକୁ ଏକ ବିଷାକ୍ତ ଚିତି ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କ ଚିତ୍କାର ଶୁଣି ତୁରନ୍ତ ନିକଟସ୍ଥ ଗ୍ରାମରେ ଥିବା ଏକ ଗୁଣିଆ ପାଖକୁ ନେଇଥିଲେ।
କେଶନିଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର କେଶନିଙ୍କୁ ମୃତ ଘୋଷଣା କରିଛନ୍ତି ।
ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିବା ଜଣାପଡିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ