ETV Bharat / state

ଶିମିଳିପାଳ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାରୀ ଗିରଫ, ହରିଣ ମାଂସ ଜବତ - ବନ୍ୟଜନ୍ତୁ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରୁ ପୁଣି ୪ଜଣ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ତାଙ୍କ ନିକଟରୁ ୩ଟି ବନ୍ଧୁକ, ୧୨କେଜି ହରିଣ ମାଂସ ଓ ଗୋଟିଏ ବାଇକ ଜବତ । ଅଧିକ ପଢନ୍ତୁ

Wildlife hunters arrest from Similipal Sanctuary
ଶିମିଳିପାଳ ଅଭୟାରଣ୍ୟରୁ ୪ବନ୍ୟଜନ୍ତୁ ଶିକାରୀ ଗିରଫ
author img

By

Published : Jun 10, 2022, 4:15 PM IST

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରୁ ପୁଣି ବନ୍ୟଜନ୍ତୁ ଶିକାରୀ ଗିରଫ । ୪ଜଣ ଶିକାରୀକୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ତେବେ ଗତକାଲି ରାତିରେ ବନବିଭାଗ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କେନ୍ଦୁମୁଣ୍ଡି ରେଞ୍ଜ ଅଧୀନରେ ଥିବା W.D.8 ଏବଂ W.D.10 ଅଞ୍ଚଳକୁ ପେଟ୍ରୋଲିଂ କରାଯାଉଥିଲା । ସେହି ସମୟରେ ୪ ଜଣ ଶିକାରୀଙ୍କୁ ଗିରଫ କରିଥିଲା ବନବିଭାଗ ।

ତାଙ୍କ ନିକଟରୁ ୩ଟି ବନ୍ଧୁକ, ୧୨କେଜି ହରିଣ ମାଂସ ଓ ଗୋଟିଏ ବାଇକ ଜବତ କରିଛି ବନବିଭାଗ । ଗିରଫ ଅଭିଯୁକ୍ତ ମାନେ କରଞ୍ଜିଆ ବ୍ଲକ ପାହାଡପୁର, ରାମଯୋଡ଼ି ଓ ବୁରୁଡ଼ିହି ଗାଁର ବାସୁଦେବ ନାୟକ, ସୁଦର୍ଶନ ନାୟକ, ଚକ୍ରଧର ଗାଗରାଇ ଓ କେରସେ ସିଂ ଖୁଣ୍ଟିଆ ବୋଲି ଜଣାପଡିଛି । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.