ETV Bharat / state

ଜଳସମ୍ପଦ ସଚିବଙ୍କ ଦେଓ ପ୍ରକଳ୍ପ ସମୀକ୍ଷା - ସଚିବଙ୍କ ଦେଓ ପ୍ରକଳ୍ପ ସମୀକ୍ଷା

ମୟୂରଭଞ୍ଜ ଗସ୍ତରେ ରାଜ୍ୟ ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ । ଆଜି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଦେଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ପରେ ହାତୀବାରି ଠାରେ ଥିବା ଦେଓ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପାଇଁ ସେ ଯାଇଥିଲେ । ଅଧିକ ପଢନ୍ତୁ...

ଜଳସମ୍ପଦ ବିଭାଗ ପ୍ରଧାନ ସଚିବଙ୍କ ଦେଓ ପ୍ରକଳ୍ପ ସମୀକ୍ଷା

author img

By

Published : Jan 30, 2021, 8:51 PM IST

ରାଇରଙ୍ଗପୁର : ମୟୂରଭଞ୍ଜ ଗସ୍ତରେ ରାଜ୍ୟ ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ । ଆଜି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଦେଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ପରେ ହାତୀବାରି ଠାରେ ଥିବା ଦେଓ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପାଇଁ ସେ ଯାଇଥିଲେ । ଏହି ଗସ୍ତ ସମୟରେ ଇ. ଆଇ.ସି. ଜ୍ୟୋତିରଥ, ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମଙ୍କ ସହିତ ଉପଖଣ୍ଡର ବହୁ ଅଧିକାରୀ ହାତୀବାରି ଯାଇ ଦେଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ ବୁଲି ଦେଖିବା ସହିତ କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଜଳସମ୍ପଦ ବିଭାଗ ପ୍ରଧାନ ସଚିବଙ୍କ ଦେଓ ପ୍ରକଳ୍ପ ସମୀକ୍ଷା

ଏଥିସହିତ ପ୍ରକଳ୍ପ କାର୍ଯ୍ୟ ତଦାରଖ କରି ଆସନ୍ତା ଫେବୃଆରୀ ମାସ ସୁଦ୍ଧା ବନ୍ଧ କାର୍ଯ୍ୟ ସାରିବା ପାଇଁ ମଧ୍ୟ ଅଧିକାରୀଙ୍କୁ ତାଗିଦ କରିଥିଲେ । ସେହିପରି ବିସ୍ଥାପନ ସମସ୍ୟା ଦେଖା ଦେଉଥିବା ବେଳେ ଏହାର ତୁରନ୍ତ ସମାଧାନ କରିବା ସହିତ ଲୋକଙ୍କୁ ଶୀଘ୍ର ବିସ୍ଥାପିତ କରିବା ପାଇଁ କହିଥିଲେ । ତେବେ ରାଜ୍ୟ ସରକାର ଆସନ୍ତା ଜୁନ ମାସ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଘନ ଘନ ବିଭିନ୍ନ ଅଧିକାରୀ ଦେଓ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପାଇଁ ଆସୁଥିବାର ଦେଖିବାକୁ ମିଳୁଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.