ETV Bharat / state

ପାଣି ପାଇଁ ରାସ୍ତାରୋକ

ପାନୀୟ ଜଳ ସମସ୍ୟାକୁ ନେଇ ବାରିପଦା ଷ୍ଟେସନ ବଜାରରେ ୧୩ ନମ୍ବର ୱାର୍ଡବାସୀଙ୍କ ରାସ୍ତାରୋକ । ଆଗକୁ ପଢନ୍ତୁ...

water-problem-in-baripada
water-problem-in-baripada
author img

By

Published : Feb 17, 2020, 2:22 PM IST

ବାରିପଦା: ପାନୀୟ ଜଳ ସମସ୍ୟାକୁ ନେଇ ରାଜରାସ୍ତାରେ ସାଧାରଣ ଲୋକେ । ଦୀର୍ଘଦିନ ଧରି ସପ୍ଲାଇ ପାଣି ପାଇପ ଯୋଗେଁ ଆସୁ ନଥିବାରୁ ବାରିପଦା ସହରର ୧୩ ନମ୍ବର ୱାର୍ଡବାସୀ ଷ୍ଟେସନ ବଜାର ରାସ୍ତାକୁ ଅବରୋଧ କରିଛନ୍ତି । ସୋମବାର ଶତାଧିକ ମହିଳା ଗରା ବାଲଟି ରଖି ବାରିପଦା ରେଲୱେ ଷ୍ଟେସନ ସମ୍ମୁଖ ରାସ୍ତାରେ ଧାରଣାରେ ବସିଛନ୍ତି ।

ପାଣି ପାଇଁ ରାସ୍ତା ରୋକ

ଦୀର୍ଘଦିନରୁ ପାଣି ଆସୁନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୧୩ ନମ୍ବର ୱାର୍ଡ ବାସିନ୍ଦା । ଏ ବାବଦରେ ବାରମ୍ବାର ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଦ୍ବାରସ୍ଥ ହୋଇ ନିରାଶ ହେବାରୁ ଆଜି ବାଧ୍ୟ ହୋଇ ସହରର ମୁଖ୍ୟ ରାସ୍ତାକୁ ବନ୍ଦ କରିଛନ୍ତି ।

ତେବେ ଯେ ପର୍ଯ୍ୟନ୍ତ ତାଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରାନଯାଇଛି ସେ ପର୍ଯ୍ୟନ୍ତ ରାସ୍ତାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଘଟଣା ସ୍ଥଳରେ ପୋଲିସ ଓ ବିଭାଗୀୟ ଅଧିକାରୀ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.