ETV Bharat / state

ମୟୂରଭଞ୍ଜ ଜିଲ୍ଲାକୁ ଆଶ୍ବସ୍ତି, କମୁଛି ସୁବର୍ଣ୍ଣରେଖା ଜଳସ୍ତର - Subarnarekha river

ମୟୂରଭଞ୍ଜ ଜିଲ୍ଲାରେ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖାର ଜଳସ୍ତର କମିଥିବାରୁ ଜିଲ୍ଲାକୁ ଆଶ୍ବସ୍ତି ମିଳିଛି । ଅଧିକ ପଢନ୍ତୁ...

ମୟୂରଭଞ୍ଜ ଜିଲ୍ଲାକୁ ଆଶ୍ବସ୍ତି, କମୁଛି ସୁବର୍ଣ୍ଣରେଖା ଜଳସ୍ତର

author img

By

Published : May 28, 2021, 1:45 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପାଇଁ ଆସିଲା ଆଶ୍ବସ୍ତିକର ଖବର । ସୁବର୍ଣ୍ଣରେଖା ନଦୀରେ ବଢୁଥିବା ଜଳସ୍ତର କମିବାରେ ଲାଗିଛି ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବନାହିଁ । ତେବେ ଜଳସ୍ତର କ୍ରମଶଃ କମିବାରେ ଲାଗିଥିବା ସମ୍ପର୍କରେ ସରସକଣା ବିଡ଼ିଓ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାକୁ ଆଶ୍ବସ୍ତି, କମୁଛି ସୁବର୍ଣ୍ଣରେଖା ଜଳସ୍ତର

ବୁଢ଼ାବଳଙ୍ଗ ଓ ବୈତରଣୀ ପରେ ଏବେ ସୁବର୍ଣ୍ଣରେଖା ନଦୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଚିନ୍ତା ବଢାଇଥିଲା। ଝରଖଣ୍ଡର ଗାଳିଦିହି ବ୍ୟରେଜ୍ ରେ ଗତକାଲି ପାଣି ଛାଡିବା ପରେ ବଢୁଥିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଜାମଶଳା ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲା ଜଳସ୍ତର। ସରସକଣା ବ୍ଳକର 3 ଟି ପଞ୍ଚୟତ ଶୀର୍ଷା, ପାଣ୍ଡରା ଓ ଭୁର୍ଶୁଣି ପଞ୍ଚୟତ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଥିଲା।

ଏଥିପାଇଁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ତେବେ ଜଳସ୍ତର ବର୍ତ୍ତମାନ କମିବା ପରେ ଲୋକେ ନିଜ ନିଜ ଘରକୁ ଫେରିବା ଆରମ୍ଭ କଲେଣି। ଜଳସ୍ତର ପ୍ରାୟ 2 ଫୁଟ କମିଥିବାର ସୂଚନା ଦେଇଛନ୍ତି ସରସକଣା ବିଡ଼ିଓ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.