ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗଡ଼ିଲା ଭୋଟର ସଚେତନତା ରଥ - ମୟୂରଭଞ୍ଜ ଜିଲ୍ଲାରେ ଗଡ଼ିଲା ଭୋଟର ସଚେତନତା ରଥ

ମତଦାତାଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୟୂରଭଞ୍ଜରେ ଶୁଭାରମ୍ଭ ହେଲା ଭୋଟର ସଚେତନତା ରଥ(Voter awareness chariot inaugurated) । ଜିଲ୍ଲାପାଳ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗଡ଼ିଲା ଭୋଟର ସଚେତନତା ରଥ

author img

By

Published : Sep 22, 2022, 6:50 PM IST

ବାରିପଦା : ଜିଲ୍ଲାରେ ଗଡ଼ିଲା ଭୋଟର ସଚେତନତା ରଥ (Voter awareness chariot inaugurated ) । ଆଜି ଏହି ସଚେତନତା ରଥର ଶୁଭାରମ୍ଭ ହୋଇଛି । ପତାକା ଦେଖାଇ ଏହାର ଶୁଭାରମ୍ଭ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗଡ଼ିଛି ଭୋଟର ସଚେତନତା ରଥ (awareness chariot inaugurated)।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗଡ଼ିଲା ଭୋଟର ସଚେତନତା ରଥ

ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପତାକା ଦେଖାଇ ଭୋଟର ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ଚାରି ଉପଖଣ୍ଡ ବାରିପଦା, କପ୍ତିପଦା, ପାଞ୍ଚପୀଢ଼ି, ବାମନଘାଟି ସମେତ 26ଟି ବ୍ଲକରେ ପହଞ୍ଚି ଭୋଟର ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବ । ଏହା ସହ ଭୋଟର କାର୍ଡ ସହିତ ଆଧାର କାର୍ଡକୁ ସଂଯୋଗ, ନୂତନ ଭୋଟରମାନେ ସେମାନଙ୍କ ଭୋଟର ପ୍ରମାଣପତ୍ର କରିବାରେ କିଭଳି ସମର୍ଥ ହେବେ ସେନେଇ ସଚେତନତା ବାର୍ତ୍ତା ପ୍ରଦାନ କରିବ ।

ତେବେ ଯେଉଁମାନେ ଭୋଟର କାର୍ଡ କରିବାକୁ ଚାହୁଁଛନ୍ତି ସ୍ଥାନୀୟ ଅଧିକାରୀ କିମ୍ଵା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଇଲେକ୍ସନ ଅଫିସ କାର୍ଯ୍ୟାଳୟରେ ସମ୍ପର୍କ କଲେ ଭୋଟର କାର୍ଡ କରିପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆହୁରି ମଧ୍ୟ କହିଛନ୍ତି, ''କେଉଁଠି ଓ କେମିତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ହେବ ସେନେଇ ସ୍ଥାନୀୟ ବୁଥ ଲେବୁଲ ଅଫିସର ସେମାନଙ୍କୁ ସହଯୋଗ କରିବେ । ଏହା ସହ ବିଶେଷ କରି ଆଧାର କାର୍ଡ ଓ ଭୋଟର କାର୍ଡ ସଂଯୋଗୀକରଣ ଉପରେ ଗୁରୁତ୍ବ ଦିଆଯାଇଛି । ଏହାଦ୍ବାରା ଲୋକଙ୍କ ନାଁ, ଠିକଣା କିମ୍ବା ଅନ୍ୟ କିଛି ଭୁଲର ସଂଶୋଧନ କରାଯାଇପାରିବ ।

ଏହି ରଥ ମୟୂରଭଞ୍ଜରେ ଏକ ସପ୍ତାହ ପର୍ଯ୍ୟନ୍ତ ବୁଲିବ । ସେହିପରି ଭୋଟର କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଆଧାର ସହ ଲିଙ୍କ୍‌ କରିବା ଦ୍ବାରା ତୃଟିକୁ ହଟାଯାଇପାରିବ । ସେଥିପାଇଁ ସବୁ ଜିଲ୍ଲାରେ ଏହି ରଥ କାର୍ଯ୍ୟକାରୀ ହେଉଛି । ତେଣୁ ପ୍ରତ୍ୟେକ ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ ନିଜ ମୋବାଇଲରେ ସଂଯୋଗ କରିପାରିବେ । ଏହି ରଥ ସହର ସହ ବିଭିନ୍ନ ବସ୍ତି, ହାଟକୁ ଯାଇ କିଛି ସମୟ ରହି ସଚେତନ ସୃଷ୍ଟି କରିବ । ଏଥିପାଇଁ ବିଏଲଓ ମାନେ (Booth Level Officer) ସହଯୋଗ କରିବେ ।" ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକ ପଞ୍ଜିକରଣ କରିପାରିବେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.