ETV Bharat / state

କୋଭିଡ ଆକ୍ରାନ୍ତଙ୍କ ମୃତଦେହ ଦାହ ନେଇ ଉତ୍ତେଜନା; ଅଧିକାରୀଙ୍କୁ ଘେରିଲେ ସ୍ଥାନୀୟ ଲୋକ

author img

By

Published : May 6, 2021, 2:18 PM IST

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର 13 ନମ୍ବର ୱାର୍ଡରେ ଥିବା ଶ୍ମଶାନ ନିକଟରେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ ଦାହ କରିବା ନେଇ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଅଧିକରୀଙ୍କୁ ଘେରିଲେ ସ୍ଥାନୀୟ ଲୋକ
ଅଧିକରୀଙ୍କୁ ଘେରିଲେ ସ୍ଥାନୀୟ ଲୋକ

ରାଇରଙ୍ଗପୁର: କୋଭିଡରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତଦେହକୁ ପୋଡିବା ନେଇ ଉତ୍ତେଜନା ପ୍ରକାଶ ପାଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର 13 ନମ୍ବର ୱାର୍ଡରେ ଥିବା ଶ୍ମଶାନ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

କୋଭିଡ ଆକ୍ରାନ୍ତଙ୍କ ମୃତଦେହ ଦାହ ନେଇ ଉତ୍ତେଜନା

ସୂଚନାଅନୁସାରେ, ତାଟୋ କୋଭିଡ କେୟାରରେ ଜନୈକ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନର କିଛି ବ୍ୟକ୍ତି ମୃତକଙ୍କ ସତ୍କାର ପାଇଁ କରଞ୍ଜିଆ 13 ନମ୍ବର ୱାର୍ଡରେ ଥିବା ଶ୍ମଶାନକୁ ଆଣିଥିଲେ । ଏହାକୁ ସେହି ଅଞ୍ଚଳରେ ଶତାଧିକ ଲୋକ ଏକଜୁଟ ହୋଇ ବିରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ଏନ୍ୟ ଏକ ସ୍ଥାନ ଚିହ୍ନଟ କରାଯାଇ ସମସ୍ତ କୋଭିଡ ଆକ୍ରାନ୍ତଙ୍କ ମୃତଦେହକୁ ପୋଡିବା ପାଇଁ ଦାବି କରିଛନ୍ତି ସ୍ଥାନିୟ ବାସିନ୍ଦା ।

ଅନ୍ୟପଟେ ଘଟଣାର ଖବର ପାଇ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରିବାକୁ ସ୍ଥାନୀୟ ଅଞ୍ଚଳରେ ପହଞ୍ଚିଥିଲା । ହେଲେ ଲୋକମାନେ ତାଙ୍କ ଜିଦରେ ଅଟଳ ରହିଛନ୍ତି । କୋରୋନାର ଏପରି ଘଡିସନ୍ଧୀ ମୂହୁର୍ତ୍ତରେ ଏପରି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଲୋକମାନେ ମୃତଦେହ ଦାହ କରିବାକୁ ଆସିଥିବା ଅଧିକାରୀଙ୍କୁ ସେହି ସ୍ଥାନରେ ଘେରି ରହିଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଂଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.