ETV Bharat / state

ଗ୍ରାମବାସୀଙ୍କ ଜଳକଷ୍ଟ ଦୂର କଲେ ବରିଷ୍ଠ ନାଗରିକ, ନିଜ ଖର୍ଚ୍ଚରେ ନିର୍ମାଣ କଲେ କୂଅ

author img

By

Published : Jun 13, 2021, 6:07 AM IST

ଗାଁ ଲୋକଙ୍କ ପାନୀୟ ଜଳର ସୁବିଧା ପାଇଁ ନିଜ ଖର୍ଚ୍ଚରେ କୂଅ ନିର୍ମାଣ କଲେ ବରିଷ୍ଠ ନାଗରିକ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକର ବଣ ପାହାଡ ଘେରା ଗାଁ ହେଉଛି ସୁନାମରା ଗାଁ। ମହିଳା ମାନଙ୍କ କଷ୍ଟକୁ ସହ୍ୟ ନ କରିପାରି ଏକ କୂଅ ଖନନ କରିଛନ୍ତି ବରିଷ୍ଠ ନାଗରିକ । ଅଧିକ ପଢନ୍ତୁ...

villagers water problem solve by senior citizen in rairangpur
ଗ୍ରାମବାସୀଙ୍କ ଜଳକଷ୍ଟ ଦୂରକଲେ ବରିଷ୍ଠ ନାଗରିକ, ନିଜ ଖର୍ଚ୍ଚରେ ନିର୍ମାଣ କଲେ କୂଅ

ରାଇରଙ୍ଗପୁର: ଗାଁ ଲୋକଙ୍କ ପାନୀୟ ଜଳର ସୁବିଧା ପାଇଁ ନିଜ ଖର୍ଚ୍ଚରେ କୂଅ ନିର୍ମାଣ କଲେ ବରିଷ୍ଠ ନାଗରିକ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକର ବଣ ପାହାଡ ଘେରା ଗାଁ ହେଉଛି ସୁନାମରା ଗାଁ।

ଗାଁକୁ ସଡକ ଓ ବିଦ୍ୟୁତ ସେବା ପହଞ୍ଚି ଥିବା ବେଳେ ଗାଁରେ ଲାଗି ରହିଥିଲା ପାନୀୟ ଜଳସମସ୍ୟା। ମୁନ୍ଦାଏ ପାଣି ପାଇଁ ମହିଳା ମାନଙ୍କୁ ୨/୩ କିମି ଡହ ଡହ ଖରାରେ ବିଲ ରାସ୍ତା ଦେଇ ଚାଲି ଚାଲି ଯିବାକୁ ପଡ଼ୁଥିଲା। ପୋଖରୀ ଓ ନାଳ ପାଣି ପିଇ ରୋଗାକ୍ରାନ୍ତ ହେଉଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା କିଛି ନ ଥିଲା। ସେଠାରେ ଥିବା ନଳକୂପରୁ ବହୁତ ପରିଶ୍ରମ ପରେ ମୁନ୍ଦାଏ ପାଣି ବାହାରେ ଯାହାକି ଲୌହ ଯୁକ୍ତ ହୋଇଥିବାରୁ ପାନୀୟ ଉପଯୋଗୀ ମଧ୍ୟ ହୋଇପାରେ ନାହିଁ । ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲାପାଳ ଓ ସରପଞ୍ଚ ଠୁ ଆରମ୍ଭ କରି ସାଂସଦଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ୍ୟ। ଫଳରେ ଗ୍ରାମର ଢିପାସାହି ଓ ଡୁଙ୍ଗୁରୀସାହି ଲୋକେ ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ । ଗ୍ରାମର ବରିଷ୍ଠ ନାଗରିକ ଗୋପୀନାଥ ବାରି ମହିଳା ମାନଙ୍କ କଷ୍ଟକୁ ସହ୍ୟ ନ କରିପାରି ଉଭୟ ସାହିର ମଝିରେ ଏକ କୂଅ ଖନନ କରାଇବା ନେଇ ନିଷ୍ପତ୍ତି ନେଲେ।

ଗୋପୀନାଥ ବାରି ଗ୍ରାମବାସୀଙ୍କ ପାଇଁ ନିଜ ଅର୍ଥରୁ ୫୦,୧୦୧ ଟଙ୍କା ଖର୍ଚ୍ଚ କରି ଗ୍ରାମ ମଝିରେ ଏକ କୂଅ ଖନନ କରାଇ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। କୂଅ ଖନନ ପରେ ଗ୍ରାମବାସୀ ଘର ପାଖରେ ପାଣି ପାଇ ବେଶ ଖୁସି ଥିବା ବେଳେ ଗୋପୀନାଥଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଗୋପୀନାଥ କୋରାପୁଟ ହାଲରେ ସିନିୟର ଚିଫ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ତେବେ ଅବସର ପରେ ଗ୍ରାମରେ ନିଜ ପରିବାରଙ୍କ ସହ ସମୟ କଟାଇବା ସହ ଗ୍ରାମର ଉନ୍ନତି ପାଇଁ ମଧ୍ୟ ବିଭିନ୍ନ କାମରେ ହାତ ବଢାଇଥାନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.