ETV Bharat / state

ପଥର ଖଣି-କ୍ରସରକୁ ଗ୍ରାମବାସୀଙ୍କ ବିରୋଧ

ପାହାଡରେ ପଥର ଖଣି ଓ କ୍ରସରକୁ ଗ୍ରାମବାସୀଙ୍କ ବିରୋଧ । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ହେନ୍ଦେବୁରୁ ପାହାଡରେ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ । ଅଧିକ ପଢ଼ନ୍ତୁ...

ହେନ୍ଦେବୁରୁରେ ପଥର ଖଣି ଏବଂ କ୍ରସରକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : May 4, 2021, 10:50 PM IST

ରାଇରଙ୍ଗପୁର: ପାହାଡରେ ପଥର ଖଣି ଓ କ୍ରସରକୁ ଗ୍ରାମବାସୀଙ୍କ ବିରୋଧ । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ହେନ୍ଦେବୁରୁ ପାହାଡରେ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ । ଗିଦିଘାଟି ଗ୍ରାମପଞ୍ଚାୟତ ହେନ୍ଦେବୁରୁ ପାହାଡରେ ପଥର ଖାଦାନକୁ ବିରୋଧ କରି ହେଁସଦା, ତାରଣା ଏବଂ ଜଜଗୋଡା ଗ୍ରାମବାସୀ ଏକତ୍ରୀତ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି ।

ହେନ୍ଦେବୁରୁରେ ପଥର ଖଣି ଏବଂ କ୍ରସରକୁ ଗ୍ରାମବାସୀଙ୍କ ବିରୋଧ

ଏହାକୁ ନେଇ ପେସା ଗ୍ରାମସଭା ସଭା ସଦସ୍ୟଙ୍କ ସହ ମହିଳା ପୁରୁଷ ମାନେ ପାରମ୍ପାରିକ ବେଶଭୁଷା ପିନ୍ଧିବା ସହ ଅସ୍ତ୍ରଶସ୍ତ୍ର ନେଇ ଏକ ଶୋଭାଯାତ୍ରା କରିଥିଲେ । ପେସା ଆଇନ ଜିନ୍ଦାବାଦ, ଲୋକସଭା ନା ରାଜ୍ୟସଭା ସବସେ ଉଁଚା ଗ୍ରାମସଭା ଭଳି ସ୍ଲୋଗାନ ଦେଇ ପାହାଡ ତଳକୁ ପହଞ୍ଚିଥିଲେ ଗ୍ରାମବାସୀ । ସେପଟେ ଖବର ପାଇ ଠିକା ସଂସ୍ଥାର ସୁପର ଭାଇଜର ମାନେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ତେବେ ସ୍ଥାନୀୟ ଲୋକେ କୌଣସିମତେ ପଥର ଖଣି ଓ କ୍ରସର ଆରମ୍ଭ କରିବାକୁ ସମର୍ଥନ କରିନଥିଲେ ।

ଏହି ପାହାଡ଼ରେ ଖଣି ଓ କ୍ରସର ଆରମ୍ଭ ହେଲେ ତେବେ ତୀବ୍ର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଗ୍ରାମବାସୀ । ଅନୁସୂଚୀତ ଅଞ୍ଚଳରେ ଲାଗୁ ହେଉଥିବା ଆଇନକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି । ଖାଦାନ ଆରମ୍ଭ ପୂର୍ବରୁ ପାହାଡ ନିକଟସ୍ଥ ଗ୍ରାମଗୁଡ଼ିକ ସହ ପଲ୍ଲୀସଭା କରାଯାଇନଥିଲା ଏହାସହ ଜନମତ ମଧ୍ୟ ସଂଗ୍ରହ ନ କରାଯାଇ ଖଣି ଖାଦାନ ପାଇଁ ଲିଜ୍ ପ୍ରଦାନ କରାଯାଇଛି । ଏହାକୁ ନେଇ ପୂର୍ବରୁ ପେସା ଗ୍ରାମସଭା ସମିତି ଜରିଆରେ ବିରୋଧ କରାଯାଇଥିଲା । ହେଲେ ପ୍ରଶାସନ ଏନେଇ ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି । ପେସା ଗ୍ରାମସଭା ସଭାପତି ସାଲଖାନ ଟୁଡୁଙ୍କ ନେତୃତ୍ବରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ରାଇରଙ୍ଗପୁରୁ ସଞ୍ଜୟ କୁମରା ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.