ETV Bharat / state

ବେଆଇନ ପଥର ବ୍ଲାଷ୍ଟିଂକୁ ବିରୋଧ କରିଛନ୍ତି ଗ୍ରାମବାସୀ - illegal stone blasting

ମୟୂରଭଞ୍ଜ ଜିଲ୍ଲା ଶୁକୃଳି ତହସିଲରେ ଦିନକୁ ଦିନ ବୃଦ୍ଧି ପାଉଛି ପଥର ମାଫିଆଙ୍କ ପ୍ରାଦୁର୍ଭାବ । ଲିଜ ନାଁରେ ପଥର ମାଫିଆମାନେ ଲୁଟ କରି ଚାଲିଥିବାବେଳେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ଣ୍ଣପାତ କରୁନାହିଁ ପ୍ରଶାସନ । ଅଧିକ ପଢନ୍ତୁ...

ବେଆଇନ ପଥର ବ୍ଲାଷ୍ଟିଂକୁ ବିରୋଧ କରିଛନ୍ତି ଗ୍ରାମବାସୀ

author img

By

Published : Mar 1, 2021, 6:51 PM IST

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ଶୁକୃଳି ତହସିଲରେ ଦିନକୁ ଦିନ ବୃଦ୍ଧି ପାଉଛି ପଥର ମାଫିଆଙ୍କ ପ୍ରାଦୁର୍ଭାବ । ଲିଜ ନାଁରେ ପଥର ମାଫିଆମାନେ ଲୁଟ କରି ଚାଲିଥିବାବେଳେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ଣ୍ଣପାତ କରୁନାହିଁ ପ୍ରଶାସନ । ତେବେ ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ଶୁକୃଳି ତହସିଲ ଅନ୍ତର୍ଗତ ବଡ଼ବିଲ ଗ୍ରାମରେ ।

ବେଆଇନ ପଥର ବ୍ଲାଷ୍ଟିଂକୁ ବିରୋଧ କରିଛନ୍ତି ଗ୍ରାମବାସୀ

ଗ୍ରାମରେ ଥିବା ପଥର ଖଣିଟି ବିଶାଳ ଅଗ୍ରୱାଲ ନାମରେ ଅସ୍ଥାୟୀ ଲିଜ ଥିବାବେଳେ ପଥର ଖଣିରୁ ପଥର ଏବେ ବେଆଇନ ଭାବରେ ବ୍ଲାଷ୍ଟିଂ ହେଉଥିବା ଦେଖିବାକୁ ମିଳିଛି । ପଥର ଖାଦାନରୁ ମାତ୍ର ପାଞ୍ଚ ଶହରୁ ସାତ ସହ ମିଟର ଦୂରରେ ଘର ସବୁ ରହିଛି । ବ୍ଲାଷ୍ଟିଂ କରିବା ଫଳରେ ଦୋହଲି ଯାଉଛି ମାଟି ଏବଂ ଘର କାନ୍ଥମାନଙ୍କରେ ଫାଟ ମଧ୍ୟ ହେଉଛି । ଲୋକେ ଭୟଭିତ ଅବସ୍ଥାରେ ଦିନ କାଟୁଛନ୍ତି ।

ସଂପୃକ୍ତ ଘଟଣାକୁ ନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେମାନେ ପଥର ଖଣିକୁ କେବେ ବିରୋଧ କରି ନାହାଁନ୍ତି କି ଆଜିବି କରୁନାହାଁନ୍ତି କିନ୍ତୁ, ବ୍ଲାଷ୍ଟିଂ ନକରି ଅନ୍ୟ ଉପାୟରେ ନିଅନ୍ତୁ ବୋଲି କହିଛନ୍ତି । ଏ ସମ୍ୱନ୍ଧରେ ତହସିଲଦାରଙ୍କୁ ପଚାରିବାରୁ ବ୍ଲାଷ୍ଟିଂ କରିବା ପାଇଁ ଜିଲ୍ଲାପାଳଙ୍କ ମଞ୍ଜୁରୀ ଅଛି ବୋଲି ସୂଚନା ଦେଇଛନ୍ତି । କିନ୍ତୁ, ଜିଲ୍ଲାପାଳଙ୍କ ମଞ୍ଜୁରୀରେ କେତେ ସତ୍ୟତା ରହିଛି ଜଣାପଡି ନାହିଁ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.