ETV Bharat / state

ପିଇବା ପାଣି ପାଇଁ ପମ୍ପ ହାଉସରେ ତାଲା ପକାଇଲେ ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଡିଗାଁ ଗ୍ରାମପଞ୍ଚାୟତରେ ପିଇବା ପାଣି ସମସ୍ୟା ନେଇ ପଞ୍ଚାୟତ ପମ୍ପ ହାଉସରେ ତାଲା ପକାଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

author img

By

Published : Apr 6, 2021, 9:25 AM IST

ପମ୍ପ ହାଉସରେ ତାଲା ପକାଇଲେ ଗ୍ରାମବାସୀ
ପମ୍ପ ହାଉସରେ ତାଲା ପକାଇଲେ ଗ୍ରାମବାସୀ

ବାରିପଦା: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦେଖା ଦେଇଛି ପିଇବା ପାଣି ସମସ୍ୟା । ପ୍ରବଳ ଖରା ହେବା କାରଣରୁ କୂଅ, ପୋଖରୀ, ନଦୀ, ନଳକୂପର ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଡିଗାଁ ଗ୍ରାମପଞ୍ଚାୟତରେ ପିଇବା ପାଣି ସମସ୍ୟା ନେଇ ପଞ୍ଚାୟତ ପମ୍ପ ହାଉସରେ ତାଲା ପକାଇଛନ୍ତି ଗ୍ରାମବାସୀ ।

ପମ୍ପ ହାଉସରେ ତାଲା ପକାଇଲେ ଗ୍ରାମବାସୀ

ଖରା ପ୍ରବାହରେ ପୋଖରୀ, ନଦୀ ନାଳ ଶୁଖିବା କାରଣରୁ ପିଇବା ପାଣି ସମସ୍ୟା ଦେଖାଦେଇଛି । ଦୀର୍ଘ ଦିନ ହେବ ପାଇପ ଯୋଗେ ପାଣି ନ ଆସିବାରୁ ଗଡିଗାଁ ଗ୍ରାମପଞ୍ଚାୟତ ତଳସାହିର ଶତାଧିକ ପୁରୁଷ ଏବଂ ମହିଳା ପାନୀୟ ଜଳ ଯୋଗାଣ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପାଣି ପମ୍ପ ହାଉସରେ ତାଲା ପକାଇଥିଲେ।

ତେବେ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ପଞ୍ଚାୟତର ପିଇଓ ରହି ଯାଇଥିଲେ। ଖବର ପାଇ ଆରଡବ୍ଲ୍ୟୁଏସଏସ ଜେଇ ଏବଂ ଚିତ୍ରଡ଼ା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀମାନଙ୍କୁ ବୁଝାସୁଝା କରିବା ସହିତ ଲିଖିତ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ତାଲା ଖୋଲିଥିଲେ । ଗଡିଗାଁ ପଞ୍ଚାୟତର ତଳସାହିକୁ ପାଇପ ଜଳ ଯୋଗାଣ ପାଇଁ ଆସନ୍ତାକାଲିଠାରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.