ETV Bharat / state

ରାସ୍ତା ନବୀକରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଉଦଳା-ବାଲେଶ୍ବର ରାସ୍ତା ନବୀକରଣ ଦାବିରେ ହାଟ ନୂଆଗାଁ ଛକ ଅବରୋଧ କଲେ ଗ୍ରାମବାସୀ । ଦୀର୍ଘ ସମୟ ଧରି ସେହି ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିବାବେଳେ ଅନେକ ଭାରିଯାନ ଯାତାୟତ କାରଣରୁ ଅନେକ ଥର ଦୁର୍ଘଟଣା ଘଟୁଥିଲା । ମାତ୍ର ପ୍ରଶାସନିକ ଅଧିକାରୀଙ୍କୁ ଏସମ୍ପର୍କରେ ଜଣାଇ ବିଫଳ ହେବା ପରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ ।

author img

By

Published : Jul 5, 2019, 8:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ରାସ୍ତା ନବୀକରଣ ଦାବିରେ ଉଦଳା-ବାଲେଶ୍ଵର ରାସ୍ତାର ହାଟ ନୂଆଗାଁ ଛକ ଅବରୋଧ କଲେ ଗ୍ରାମବାସୀ । ଦୀର୍ଘ ଦିନ ଧରି ମୟୂରଭଞ୍ଜ ଜିଲ୍ଲା ଉଦଳା-ବାଲେଶ୍ବର ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏ ନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗୁହାରୀ କରି ବିଫଳ ହେବା ପରେ ଶେଷରେ ରାସ୍ତା ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ । ଫଳରେ ସେହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାନୁସାରେ, ଉଦଳା-ବାଲେଶ୍ବର ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିବାବେଳେ ଏହାର ମରାମତି ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଏପରିକି ଉକ୍ତ ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଭାରିଯାନ ଯାତାୟତ ହୋଇଥାଏ । କିନ୍ତୁ ରାସ୍ତାର ଅବସ୍ଥା ଖରାପ ଥିବାରୁ ପଥଚାରୀ ତଥା ଛୋଟ ଛୋଟ ପିଲାମାନେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଯାହାକୁ ନେଇ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପୁର୍ତ୍ତ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀମାନେ ଅବଗତ କରାଇଥିଲେ । କିନ୍ତୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଛଡା କିଛି ମିଳିନଥିଲା । ଶେଷରେ ଆଜି ବାଧ୍ୟ ହୋଇ ରାସ୍ତା ଅବରୋଧ କରିବାର ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ ।

ଏହି ଆନ୍ଦୋଳନରେ ଗ୍ରାମର ଅନେକ ମହିଳା ସାମିଲ ହୋଇଥିଲେ । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବା ସହ ଗ୍ରାମବାସୀ ଆମରଣ ଅନଶନ କରିବେ ବୋଲି ଚେତାବନି ଦେଇଛନ୍ତି । ସେପଟେ ଘଟଣାସ୍ଥଳରେ ଗୋପବନ୍ଧୁନଗର ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବାବେଳେ କୌଣସି ସୁଫଳ ମିଳିନଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ରାସ୍ତା ଅବସ୍କା ଦୀର୍ଘ ବର୍ଷ ହେବ ଶୋଚନୀୟ ହୋଇ ପଡି ଥିବା ବେଳେ ଏ ବାବଦରେ ବାରମ୍ବାର ପ୍ରଶାସନିକ ଅଧୃକାରୀଙ୍କ ନିକଟରେ ଗୁହାରି କରିବା ପରେ ମଧ୍ୟ କୌଣସି ସୂଫଳ ନ ମିଳିବାରୁ ଶେଷରେ ତାତିଛନ୍ତି ଗ୍ରାମବାସୀ ଗ୍ରାମବାସୀ ମାନେ ରାସ୍ତା। ଅବରୋଧ କରିଥୁବା ବେଳେ ଯାତାୟତ ବା ଧାପ୍ରାପ୍ତ ହୋଇଛି । ମୟୂରଭଞା ଜିଲ୍ଲା ଉଦଳାରୂ ଭାୟା ସାଇଁକୁଳା ହୋଇ ବାଲେଶୃର ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥୁବା ବେଳେ ଏହି ରାସ୍ତା ମରାମତି ନିମନ୍ତେ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନିକ ଅଧୂକାରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧ୍କାରୀଙ୍କ୍‌ ଅବଗତ କରାଇଛନ୍ତି । ଏପରିକି ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଭାରି ଯାନ ଯାତାୟତ କରୁଥ୍‌ବା ବେଳେ ଅନେକ ସମୟରେ ପଥଚାରୀ ତଥା ଛୋଟ ଛୋଟ ପିଲାମାନେ ଦୂର୍ଘଗଣାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପୁର୍ତ୍ତ ବିଭାଗୀୟ ଅଧୂକାରୀଙ୍କୁ ଗ୍ରାମବାସୀମାନେ ଅବଗତ କରଇଥୁଲେ ସୁଦ୍ଧା। କେବଳ ପ୍ରତିଶୃତି ପାଇଛନ୍ତି ଗ୍ରାମବାସୀ । ଶେଷରେ ଆଜି ତାତିଛିତ୍ତି ଗ୍ରାମବାସୀ । ଯାହାକୁ ନେଇ ଆଜି ଉଦଳା -ବାଲେଶ୍ଵର ରାସ୍ତାର ହାଟ ନୂଆଗାଁ ଛିକ ନିକଟରେ ଗ୍ରାମବ୍ଧାସୀମାନେ
ରାସ୍ତା ଅବରୋଧ କରିଛିତ୍ତି । ଗ୍ରାମର ମହିଳାଙ୍କ ସମେତ ସମସ୍ତ ଗ୍ରାମବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଥୁବା ବେଳେ ସେମାନଙ୍କ ଦାବି ପୂରଣ ନ ହେଲେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହେବା ସହିତ ଗ୍ରାମବାସୀ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛିତି | Body:ତେବେ ଘଟଣାସୃଳରେ ଗୋପବନ୍ଧୁନଗର ତହସିଲଦାର ପହଂଚି ବୁଝାସୁଝା କରିବା ପରେ ମଧ୍ୟ କୌଣସି ସୂଫଳ ମିଳି ନ ଥୁଲା |
ବାଇଟ୍‌ ୧ ¬ ହରିପ୍ରିୟା ମହାପାତ୍ର (ଆନ୍ଦୋଳନକାରୀ)
ବାଇଟ୍‌ ୨ - ସୂବୋଧ ମହାପାତ୍ର (ଆନ୍ଦୋଳନକାରୀ ମହିଳା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.