ETV Bharat / state

ବଢୁଛି ବେଆଇନ ବାଲି ଚାଲାଣ, 6ଟି ହାଇୱାକୁ ଅଟକାଇଲେ ଗ୍ରାମବାସୀ

ବେଆଇନ ବାଲି ନେଇ ଫସିଲା 6ଟି ଟ୍ରକ୍ । ବାଲି ନେଉଥିବା ହାଇୱାକୁ ଅଟକ ରଖି ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ ।

villagers-blocked-six-trucks-carrying-illegal-sand
ମୟୂରଭଞ୍ଜରେ ବଢୁଛି ବେଆଇନ ବାଲି ଚାଲାଣ
author img

By

Published : Oct 2, 2020, 7:29 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସାରସକଣା ତହସିଲ ଅନ୍ତର୍ଗତ ରୁଗୁଡି ଗାଁରେ ବେଆଇନ ଭାବେ ବାଲି ଚାଲାଣ କରୁଥିବା 6ଟି ହାଇୱାକୁ ଅଟକାଇ ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ଗାଁ ଲୋକ ।

ବେଆଇନ ବାଲି ଚାଲାଣ,6ଟି ହାଇୱାକୁ ଅଟକାଇଲେ ଗାଁଲୋକ

ବଢୁଛି ବାଲି ମାଫିଆଙ୍କ ବାଲି ଚୋରି । ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ବେଆଇନ ଭାବେ ବାଲି ଚାଲାଣ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଶହ ଶହ ଟ୍ରକ ବାଲି ଚାଲାଣ ହେଉଥିବା ବେଳେ ହାଇୱା ଭଳି ଭାରି ଯାନରେ ବାଲି ଚାଲାଣ ରାସ୍ତାଘାଟକୁ ସମ୍ପୁର୍ଣ୍ଣ ନଷ୍ଟ କରୁଛି । ଗାଁ ଲୋକେ ଏଥି ପାଇଁ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ବାଲି ବୋଝେଇ 6ଟି ହାଇୱାକୁ ଅଟକ ରଖି ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.