ETV Bharat / state

ଗାଁକୁ ପିଚୁ ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ - ପିଚୁ ରାସ୍ତା ନିର୍ମାଣ ଦାବିରେ ରାଜପଥ ଅବରୋଧ

ମୟୂରଭଞ୍ଜ ଜିଲ୍ଲା ଜିଆଣୀ କୋସଚ ଛକ ଠାରୁ ଝାନେଇ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ପିଚୁ ରାସ୍ତା ଦାବି କରି ୧୮ନଂ ଜାତୀୟ ରାଜପଥ ଅବରୋଧ କଲେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା । ଅଧିକ ପଢନ୍ତୁ...

ଗାଁକୁ ପିଚୁ ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

author img

By

Published : Oct 8, 2021, 10:03 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଜିଆଣୀ କ୍ରସର ଛକ ଠାରୁ ଝିନେଇ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ଦାବି କରି ୧୮ନଂ ଜାତୀୟ ରାଜପଥ ଅବରୋଧ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷରୁ ଏହି ରାସ୍ତାକୁ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର କୌଣସି କାର୍ଯାନୁଷ୍ଠାନ ନେଇନାହାନ୍ତି।

ଗାଁକୁ ପିଚୁ ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବା ବେଳେ ଆମ୍ବୁଲାନ୍ସଟିଏ ମଧ୍ୟ ଗାଁ ଭିତରକୁ ଆସିପାରୁ ନାହିଁ । ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚାର ଆହ୍ୱାନ କ୍ରମେ ଶୁକ୍ରବାର ମାରଂତାଣ୍ଡି ଓ ବେତନା ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ୧୮ନଂ ଜାତୀୟ ରାଜପଥ ଅସନବଣି ଠାରେ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ରାଜପଥ ଅବରୋଧ ପରେ ପ୍ରଶାସନ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.