ETV Bharat / state

ମହୁଲିଆ ଗାଁ ରାସ୍ତା ବନ୍ଦ ନେଇ ତୀବ୍ର ଅସନ୍ତୋଷ, ରେଳ ରୋକ କଲେ ଗ୍ରାମବାସୀ

author img

By

Published : Mar 29, 2023, 7:01 PM IST

ରେଳ ବିଭାଗ ଦ୍ବାରା ଗାଁ ରାସ୍ତା ବନ୍ଦ କରିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ରେଳ ରୋକ କଲେ ଅସନ୍ତୋଷ ଗ୍ରାମବାସୀ ବାଙ୍ଗିରିପୋଷି -ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନକୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅଟକାଇ ରଖିଥିଲେ ଗ୍ରାମବାସୀ। ଅଧିକ ପଢ଼ନ୍ତୁ

ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅଟକିଲା ବାଙ୍ଗିରିପୋଷି - ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ

ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅଟକିଲା ବାଙ୍ଗିରିପୋଷି - ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍‌

ବାରିପଦା: ରେଲ ବିଭାଗ ଦ୍ବାରା ବନ୍ଦ ହେଲା ଗାଁ ରାସ୍ତା । ଗାଁ ରାସ୍ତା ବନ୍ଦ ପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ରେଳ ରୋକ୍‌ କଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ମହୁଲିଆ ନିକଟରେ ସଂଯୋଗିକରଣ ରାସ୍ତାକୁ ରେଳ ବିଭାଗ ଦ୍ବାରା ବନ୍ଦ କରାଯାଇଥିଲା । ଅଞ୍ଚଳବାସୀ ଏନେଇ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ ସୁଦ୍ଧା ଶୁଣି ନ ଥିଲା ରେଳ ବିଭାଗ। ଶେଷରେ ରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେଲେ ଗ୍ରାମବାସୀ । ବିଭାଗର ଉଦାସୀନତାକୁ ବିରୋଧ କରି ଆଜି ରେଳରୋକ କରିଥିଲେ ଗ୍ରାମବାସୀ । ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନକୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅଟକାଇ ରଖିଥିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ । ପରେ ଘଟଣାସ୍ଥଳରେ ପୋଲିସ ଓ ରେଳ ବିଭାଗର ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ସୂଚନା ଅନୁସାରେ, ଜିଲ୍ଲାର ବେତନଟୀ ଷ୍ଟେସନ ପାଖ ବେତନଟୀ ବଜାରରୁ ଇନ୍ଦିରା ନଗର ଗାଁକୁ ଯାଇଥିବା ରାସ୍ତାରେ ରେଳ ଲାଇନ ପାର ହେବାକୁ ପଡ଼େ । ତେବେ ଏହି ରାସ୍ତାରେ ପୂର୍ବରୁ ଏକ ଜଗୁଆଳି ବିହୀନ ରେଳ ଫାଟକ ଥିଲା। ହେଲେ ରେଳ ବିଭାଗ ପକ୍ଷରୁ ଉକ୍ତ ରାସ୍ତାକୁ ବନ୍ଦ କରି ଲୁହା ବାଡ଼ ବସାଇ ଦିଆ ଯାଇଥିଲା । ଫଳରେ ଗ୍ରାମବାସୀଙ୍କୁ ଯିବା ଆସିବା ପାଇଁ ହଇରାଣ ହରକତ ହେବାକୁ ପଡୁଛି । ତେବେ ଗତ ଦୁଇ ଦିନ ତଳେ କୌଣସି ସୂଚନା ନଦେଇ ରେଲୱେ ବିଭାଗ ବେତନଟୀ ବ୍ଲକର ଏସ.ଏସ. ମହୁଲିଆ ଠାରୁ ଇନ୍ଦ୍ରରାନଗର ଏବଂ ପ୍ରାୟ ୧୦ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତାକୁ ଖୋଳି ରାସ୍ତା ବନ୍ଦ କରିଥିଲା ।

ଏହି ରାସ୍ତା ଦେଇ ଗ୍ରାମବାସୀମାନେ ପାଣି ଆଣିବା, ସ୍କୁଲ, କଲେଜ ଯିବା ଆସିବା ପାଇଁ ବ୍ୟବହାର କରୁଥିଲେ । ରାସ୍ତାବନ୍ଦ ହେବା କରାଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏହି ରାସ୍ତାକୁ ଖୋଲି ଦିଆଯାଉ କିମ୍ବା ଗୋଟିଏ ଓଭର ବ୍ରିଜ ଅଥବା ଗଳା ପୋଲ ଟିଏ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଯଥାଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣି ଥରେ ଟ୍ରେନ୍‌ ଅଟକ ରଖାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ତେବେ ସୁପରଫାଷ୍ଟ୍‌ ଟ୍ରେନ୍‌ଟି ଦୀର୍ଘ ଦୁଇ ଘଣ୍ଟା ଧରି ଅଟକି ରହିଥିବା ବେଳେ ରେଳ ବିଭାଗର କିଛି ଅଧିକାରୀ ଏବଂ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.