ETV Bharat / state

ଶ୍ୱଶୁର ଘର ଗାଁରୁ ମିଳିଲା ଜ୍ବାଇଁର ମୃତଦେହ, ସଂସ୍କାର ପାଇଁ ଗାଁରେ ପୁରାଇ ଦେଲେନି ମୁଖିଆ

author img

By

Published : Aug 23, 2021, 12:12 PM IST

ରାସ୍ତା କଡରେ ପଡି ରହିଛି ମୃତଦେହ । ଗାଁ ଭିତରକୁ ମୃତଦେହକୁ ପୁରାଇ ଦେଲେନି ମୁଖିଆ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜର ଟିଆଁସି ଗାଁ ନିକଟରେ । ଅଧିକ ପଢନ୍ତୁ...

ମୃତଦେହକୁ ମିଳିଲାନି ସମ୍ମାନ , ଶବ ବ୍ୟବଚ୍ଛେଦ ପରେ ହେଲିନି ଅନ୍ତିମ ସଂତ୍କାର

ବାରିପଦା: ମୃତଦେହକୁ ମିଳିଲାନି ସମ୍ମାନ । ଘଣ୍ଟା ଘଣ୍ଟା ଧରି ରାସ୍ତାକଡରେ ପଡିରହିଲା ମୃତଦେହ । ମୃତଦେହକୁ ଗାଁରେ ପୁରାଇ ଦେଲେନି ଗାଁ ମୁଖିଆ । ଏନେଇ କାରଣ ବି ସ୍ପଷ୍ଟ ହୋଇନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ଟିଆଁସି ଗାଁ ନିକଟରେ । ଭୋଳାଗଡ଼ିଆରୁ ଗଦିଗାଁକୁ ଯାଇଥିବା ମୁଖ୍ୟରାସ୍ତା ପାର୍ଶ୍ବରେ ପଡି ରହିଥିଲା ମୃତଦେହ ।

ଘଟଣାଟି ଥିଲା ଏମିତି । ଶୁକ୍ରବାର ଦିନ ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁର କାଳିଆ ନାଏକ କୁଆଡେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳି ନଥିଲା । କିନ୍ତୁ ରବିବାର ଦିନ ଶ୍ୱଶୁର ଘର ଗାଁ କୂଅରୁ ଉଦ୍ଧାର ହୋଇଥିଲା କାଳିଆଙ୍କ ମୃତଦେହ ।

ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ଗାଁ ଭିତରକୁ ମୃତଦେହ ପୁରାଇ ଦେବାକୁ ଅନୁମତି ଦେଲେନି ଗାଁ ମୁଖିଆ । ଏନେଇ ମୃତକଙ୍କ ଶାଶୂ ମଧ୍ୟ ଅଭିଯୋଗ କରିଛନ୍ତି । ଫଳରେ ମୃତଦେହକୁ ରାସ୍ତାକଡରେ ଫିଙ୍ଗି ଦିଆଯାଇଥିଲା । ତେବେ ସବୁଠାରୁ ବଡ କଥା ହେଉଛି ମୃତଦେହ ଦୀର୍ଘ ସମୟ ଧରି ପଡି ରହିଥିଲେ ବି ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନଥିଲେ । ଅନ୍ୟପକ୍ଷରେ ମୃତଦେହକୁ ଗାଁ ଭିତରକୁ କାହିଁକି ପଶିବା ପାଇଁ ଦିଆଗଲା ନାହିଁ ତାର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ପୋଲିସର ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.