ETV Bharat / state

କୋଭିଡ ହସ୍ପିଟାଲର କରୁଣ ଚିତ୍ର, ବାଥରୁମ ଚଟାଣରେ ପଡିଛନ୍ତି ରୋଗୀ - ବାଙ୍କୀଷୋଳ କୋଭିଡ ହସ୍ପିଟାଲ କୋରୋନା ରୋଗୀ

ମହାମାରୀ କରୋନା ଯେତିକି ଦୁଃଖ ଆଣିଛି ତାଠାରୁ ଅଧିକ ଦୁଃଖଦ ଦୃଶ୍ୟ ମୟୂରଭଞ୍ଜ ବାଙ୍କିଷୋଳ କୋଭିଡ ହସ୍ପିଟାଲରେ ଦେଖିବାକୁ ମିଳିଛି । ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ...

ଅବ୍ୟବସ୍ଥାରେ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲ

author img

By

Published : May 31, 2021, 7:52 PM IST

Updated : May 31, 2021, 8:06 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍କୀଷୋଳ ଠାରେ ଥିବା କୋଭିଡ ହସ୍ପିଟାଲ ନାମରେ ଆସିଛି ସଂଗୀନ ଅଭିଯୋଗ ଯାହା ଆପଣଙ୍କୁ ବିଚଳିତ କରିପାରେ । ତେବେ ଏହି ଭାଇରାଲ ଫଟୋ ଆଉ ଭିଡିଓ ଯଦି ବାସ୍ତବିକ ବାଙ୍କୀଷୋଳ ଠାରେ ଥିବା କୋଭିଡ ହସ୍ପିଟାଲର ହୋଇଥାଏ, ତେବେ ଏହା ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଦୌ ଶୁଭଙ୍କର ନୁହେଁ । ଯାହାର କିଛି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି ମୋବାଇଲରୁ ମୋବାଇଲକୁ । ଭାଇରଲ ହେଉଥିବା ଫଟୋ ଆଉ ଭିଡ଼ିଓ ଅତ୍ୟନ୍ତ ଦୁଃଖଦ ଆଉ ହୃଦୟ ବିଦାରକ । ଏହି ଦୃଶ୍ୟରେ ହସ୍ପିଟାଲ ମଧ୍ୟରେ କେଉଁଠି ମୃତଦେହ ତ କେଉଁଠି ରୋଗୀ ଟଏଲେଟ, ବାଥରୁମ ଏବଂ ବେଡ଼ ଉପରେ ପଡି ରହିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅବ୍ୟବସ୍ଥାରେ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲ

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ଯୁବକ କିଛି ଦିନ ପୂର୍ବରୁ ତାଙ୍କ ବାପାଙ୍କ ଚିକିତ୍ସା ନିମନ୍ତେ ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଯାଇଥିଲେ । ତାଙ୍କ ବାପା ଜଣେ ମାନସିକ ରୋଗୀ ଥିବାରୁ ଖାଇବା ପିଇବା ପାଇଁ ତାଙ୍କୁ ଅନୁମତି ଦିଆଯାଇଥିଲା । ତାଙ୍କ ବାପାଙ୍କ ସେଠାରେ ମୃତ୍ୟୁ ମଧ୍ୟ ହୋଇଯାଇଥିଲା । ତେବେ ବ୍ୟକ୍ତି ଜଣକ ସେଠାରେ ଚାଲିଥିବା ଅବ୍ୟବ୍ୟସ୍ଥାର କିଛି ଦୃଶ୍ୟ ନିଜ ମୋବାଇଲରେ ସୁଟିଂ କରିଥିବାର ସୂଚନା ମିଳୁଛି ।

ଏହି ବିଷୟ ନେଇ ବାରିପଦା ସହରର କିଛି ବୁଦ୍ଧିଜୀବୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅବ୍ୟବ୍ୟସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲାପାଳ ଉକ୍ତ ଘଟଣାକୁ ଗମ୍ଭୀରତା ସହ ନେବା ସହ ଯଥାଶୀଘ୍ର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାବାସୀଙ୍କୁ ଏଥିପାଇଁ ଆଦୌ ଭୟଭୀତ ନହେବା ପାଇଁ ବାର୍ତ୍ତା ଦେବା ସହ ଯଥାଶୀଘ୍ର ସିସିଟିଭି ଲଗାଇବା ଉପରେ ଗୁରୁତ୍ୱ ଦେଇଥିଲେ ।

ମୟୂରଭଞ୍ଜ ଜିଲ୍ଲାର ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ଏଭଳି ସ୍ଥିତିରେ ବାଙ୍କୀଷୋଳରେ ଥିବା କୋଭିଡ ହସ୍ପିଟାଲରେ ଭାଇରାଲ ହେଉଥିବା ଫଟୋ ଆଉ ଭିଡ଼ିଓର ହୃଦୟ ବିଦାରକ ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ।

ସେପଟେ ଏହି ଖବର ପ୍ରଚାର ହେବା ପରେ ମୟୂରଭଞ୍ଜ ଜିଲ୍ଲାପାଳ ବାଙ୍କୀଷୋଳ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଥିଲେ । ରୋଗୀମାନଙ୍କ ସହିତ ଆଲୋଚନା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସେଠାରେ ସମସ୍ତଙ୍କୁ ସଠିକ ଚିକିତ୍ସା ଯୋଗାଇ ଦିଆଯାଉଛି ।

  • Visited the Covid Hospital, Bankisole and reviewed the arrangements and treatment facilities. Also, interacted with the patients in the wards. Proper care and treatment is being provided to each and every patient in the hospital. @CMO_Odisha @SecyChief pic.twitter.com/uakp48gxqp

    — Collector Mayurbhanj (@DM_Mayurbhanj) May 31, 2021 " class="align-text-top noRightClick twitterSection" data=" ">
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 31, 2021, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.