ETV Bharat / state

ଟିକା ନେଲେ କୋରୋନା ଯୋଦ୍ଧା - ସାମ୍ବାଦିକ କୋରୋନା ଯୋଦ୍ଧା

ଆଗଧାଡ଼ିର କୋରୋନା ଯୋଦ୍ଧା ଭାବେ ସ୍ବୀକୃତି ପାଇବା ପରେ ରାଇରଙ୍ଗପୁରୁ ଉପଖଣ୍ଡରେ ସମସ୍ତ ସାମ୍ବାଦିକଙ୍କୁ ମାଗଣାରେ କୋଭିଡ ଟୀକା ପ୍ରଦାନ କରାଗଲା । ଅଧିକ ପଢନ୍ତୁ...

vacctionation by jounalist in  rairangpur
କୋରୋନା ଯୋଦ୍ଧା ଭାବେ ସ୍ବୀକୃତି ପାଇବା ପରେ ଦିଆଗଲା କୋଭିଡ ଟୀକା
author img

By

Published : May 7, 2021, 10:17 PM IST

ରାଇରଙ୍ଗପୁର: ଆଗଧାଡ଼ିର କୋରୋନା ଯୋଦ୍ଧା ଭାବେ ସ୍ବୀକୃତି ପାଇବା ପରେ ସମସ୍ତ ସାମ୍ବାଦିକଙ୍କୁ ମାଗଣାରେ କୋଭିଡ ଟୀକା ପ୍ରଦାନ । ସାମ୍ବାଦିକଙ୍କୁ ଫୁଲତୋଡା ଦେଇ ସ୍ବାଗତ ସହ କୋଭିଡ ଟୀକା ପ୍ରଦାନ କରାଯାଇଛି ।

କୋରୋନା ଯୋଦ୍ଧା ଭାବେ ସ୍ବୀକୃତି ପାଇବା ପରେ ଦିଆଗଲା କୋଭିଡ ଟୀକା

କୋରୋନା ମହାମାରୀକୁ ଖାତିର ନକରି ସମ୍ମୁଖ ଭାଗରେ ରହି ଲଢେଇ କରୁଥିବା ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ଆଗଧାଡ଼ିର କୋରୋନା ଯୋଦ୍ଧା ଭାବେ ସ୍ବୀକୃତି ଦେବା ସହ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ମାଗଣାରେ କୋଭିଡ ଟୀକା ପ୍ରଦାନ ଉପରେ ଗୁରୁତ୍ବ ଦେଇଛନ୍ତି।

ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସାମ୍ବାଦିକଙ୍କୁ ଟୀକା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ ଓ ଅତିରିକ୍ତ ଲୋକମ୍ପର୍କ ଅଧିକାରୀ ସାମ୍ବାଦିକମାନଙ୍କୁ ଫୁଲତଡ଼ା ପ୍ରଦାନ କରି ଟୀକା ଗ୍ରହଣ କେନ୍ଦ୍ରକୁ ପାଛୋଟି ନେଇଥିବା ବେଳେ ଟୀକା ଗ୍ରହଣ ପରେ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଖଣ୍ଡର ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିବା ବେଳେ ସମସ୍ତ ସାମ୍ବାଦିକ ଯୋଗଦେଇ ଟୀକା ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.