ବାରିପଦା: ପୋଖରୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛନ୍ତି ହତ୍ୟାକାରୀ । ସେପଟେ ମୃତ ମହିଳାଙ୍କ ପରିଚୟ ମିଳି ନାହିଁ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ହାଣ୍ଡିପୁହାଣ ଗାଁ ନିକଟସ୍ଥ ଜଙ୍ଗଲରେ । ତେବେ ଜଙ୍ଗଲ ନିକଟରେ ଥିବା ଏକ ପୋଖରୀରେ ମୃତଦେହ ଭାସୁଥିବା ଦେଖି ସ୍ଥାନିୟ ଲୋକେ ଯଶିପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରିଛି । ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛି ପୋଲିସ । ତେବେ ମହିଳାଙ୍କୁ ହତ୍ୟା କରି ଶାଢ଼ୀରେ ପଥର ବାନ୍ଧି ପୋଖରୀରେ ଫିଙ୍ଗି ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସେପଟେ ମୃତ ମହିଳା ଜଣଙ୍କ କିଏ ? ଅନ୍ୟ କେଉଁଠି ତାଙ୍କୁ ହତ୍ଯା କରାଯାଇ ପୋଖରୀରେ ଫିଙ୍ଗି ଦିଆଯାଇଛି ? ସେନେଇ ତଦନ୍ତ କରୁଛି ପୋଲିସ ।
ଇଟିଭି ଭାରତ, ବାରିପଦା