ETV Bharat / state

ବାର୍ଷିକ ରିପୋର୍ଟ କାର୍ଡ ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ - union minister

ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁ । ଏଥିସହ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ବାର୍ଷିକ ରିପୋର୍ଟ କାର୍ଡ ଦେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

author img

By

Published : Sep 9, 2021, 6:51 AM IST

ବାରିପଦା: ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା ଆଦିବାସୀ ବ୍ୟାପର ଓ ଜଳ ଶକ୍ତି ବିଭାଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ଇଂ ବିଶ୍ବେଶ୍ବର ଟୁଡୁ ବାରିପଦାର ଏକ ଘୋରଇ ହୋଟେଲ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଜର ବାର୍ଷିକ ରିପୋର୍ଟ କାର୍ଡ ଦେଇଛନ୍ତି । ଏଥିସହ ଆଗକୁ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବାର୍ଷିକ ରିପୋର୍ଟ କାର୍ଡ ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ବିଜେପି ସରକାରଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର ରେଳ ଚଳାଚଳ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ ଆଦିର ବିକାଶ ହେବ । ଏସିଆର ଦ୍ଵିତୀୟ ସର୍ବବୃହତ ରାସଗୋବିନ୍ଦପୁର ଅମରଦା ଏୟାର ଷ୍ଟ୍ରିପକୁ ଉଡାଣ ଯୋଜନାରେ ସାମିଲ କରାଯାଇ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ଚାରୋଟି ଏକଲବ୍ୟ ମଡେଲ ସ୍କୁଲ ରହିଛି । ଆଗକୁ ସାରା ରାଜ୍ୟରେ ୬୪ଟି ଏକଲବ୍ୟ ମଡେଲ ସ୍କୁଲ ଖୋଲିବାକୁ ଥିବାବେଳେ କେବଳ ମୟୂରଭଞ୍ଜ ଜିଲ୍ଲାରେ ୧୪ଟି ମଡେଲ ସ୍କୁଲ ଖୋଲିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.