ETV Bharat / state

ଋଣ ଟଙ୍କା ଶୁଝି ନ ପାରି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା - ମହିଳା ଆତ୍ମହତ୍ୟା ଉଦ୍ୟମ

ଋଣ କିସ୍ତି ନ ଦେଇ ପାରି ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା । ଅଧିକ ପଢନ୍ତୁ...

ଋଣ ଟଙ୍କା ଶୁଝି ନ ପାରି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

author img

By

Published : Jul 16, 2021, 1:21 PM IST

ବାରିପଦା: ଋଣ ଟଙ୍କା ଶୁଝି ନପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ଏଭଳି ଏକ ଘଟଣାଘଟିଛି ବାରିପଦା ସହର ୧୯ ନମ୍ବର ୱାର୍ଡରେ । ବୀଣା ବେହେରା ନାମକ ମହିଳା ଋଣ କିସ୍ତି ନ ଦେଇ ପାରି ଆତ୍ମହତ୍ୟା ଉଦ୍ୟମ କରି ବାରିପଦା ପି ଆର ଏମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଅଷ୍ଟମୀ ବେହେରା ନାମ୍ନୀ ଜନୈକା ମହିଳା ଅଧିକ ଅର୍ଥ ରୋଜଗାର ଲୋଭ ଦେଖାଇ ପ୍ରାୟ ୯୦ ଜଣ ମହିଳାଙ୍କଠାରୁ ଏକ କୋଟିରୁ ଅଧିକ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି । ଏନେଇ ଜୁନ ୨୭ ତାରିଖରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

ଗୋଟିଏ ପଟେ ମହିଳାମାନେ ଠକେଇର ଶିକାର ହୋଇଥିବା ବେଳେ ଅନ୍ୟ ପଟେ ଋଣ ପରିଶୋଧ ପାଇଁ ଫାଇନାନ୍ସ କର୍ମଚାରୀଙ୍କର ଆକ୍ରୋଶର ଶିକାର ହେଉଛନ୍ତି । ଫାଇନାନ୍ସ କର୍ମଚାରୀଙ୍କ ଜୁଲମ ଓ ଗାଳିରେ ଅତିଷ୍ଠ ହୋଇ ବୀଣା ବିଷ ପିଇ ଦେଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

କେବଳ ବୀଣା ନୁହନ୍ତି, ଅନ୍ୟ ମହିଳାମାନେ ମଧ୍ୟ ଏବେ ଋଣ ଟଙ୍କା ପରିଶୋଧ ପାଇଁ ଅସମର୍ଥ, ତେବେ ଅଷ୍ଟମୀଙ୍କୁ ଖୋଜି ବାହାର କରିବା ପାଇଁ ଉକ୍ତ ମହିଳାମାନେ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି । ୯୦ ଜଣ ମହିଳାଙ୍କୁ ଠକେଇ ହୋଇଥିବା ବେଳେ ଉକ୍ତ ଘଟଣାକୁ ଗୁରୁତର ଦେବା ସହ ଯଥାଶୀଘ୍ର ଉକ୍ତ ମହିଳାଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.