ETV Bharat / state

ରାଇରଙ୍ଗପୁରରେ ପାଳିତ ହେଲା ରାଜାରାଜୁଡା ଅମଳର ଉଡା ଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁ ସାମିଲ

author img

By

Published : Apr 15, 2023, 10:20 AM IST

Updated : Apr 15, 2023, 1:54 PM IST

ରାଇରଙ୍ଗପୁରରେ ଶେଷ ହେଲା ଉଡା ଯାତ୍ରା । ଶେଷ ଦିନରେ ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

Uda Yatra concluded at Rairangpur
Uda Yatra concluded at Rairangpur
Uda Yatra concluded at Rairangpur

ରାଇରଙ୍ଗପୁର: ମହାବିଷୁବ ସଂକ୍ରାନ୍ତି ଅବସରରେ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ଉଡା ଯାତ୍ରା । ଲୋକାରଣ୍ୟ ହେଲା ପ୍ରସିଦ୍ଧ ଐଶନେଶ୍ବର ମହାଦେବଙ୍କ ପୀଠ । ଚଳିତ ବର୍ଷ ଉଡା ଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା ଦେଖିବାକୁ ମିଳିଥିଲା । ମଙ୍ଗଳବାର ଦିନ ଠାରୁ ଏହି ଉଡା ଯାତ୍ରା ଆରମ୍ଭ ହୋଇଥିବା ବେଳେ ଗତକାଲି (ଶୁକ୍ରବାର) ସମ୍ପନ୍ନ ହୋଇଥିଲା । ରାଜା ରାଜୁଡା ଅମଳରୁ ରାଇରଙ୍ଗପୁରରେ ଏହି ଯାତ୍ରା ପାଳିତ ହୋଇଆସୁଛି । ଚାରି ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ ।

ଗତ ମଙ୍ଗଳବାର ଖଡଖାଇ ନଦୀରୁ ମ‌ହାଦେବଙ୍କ ଶୁଭ ଘଟ ରାତି 12 ଘଟିକା ସମୟରେ ଉତ୍ତୋଳନ କରାଯାଇ ମନ୍ଦିର ମଧ୍ୟକୁ ପ୍ରବେଶ କରାଯାଇଥିଲା । ଏହାପରେ ବୁଧବାର ଦିନ ମଧ୍ୟ ରାତି 12 ଘଟିକା ସମୟରେ ଖଡଖାଇ ନଦୀରୁ ଯାତରା ଘଟ ଉଠାଯାଇ ମନ୍ଦିରକୁ ଅଣାଯାଇଥିଲା । ପୁଣି ଭୋର 4ଟା ସମୟରେ କାମନା ଘଟ ପରେ ମନ୍ଦିରକୁ ଶୁଭ ଘଟ ଅଣା ଯାଇ ଐଶନେଶ୍ବର ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା ।

ସେହିପରି ଗୁରୁବାର ଦିନ ରାତି 12ଟା 30 ମିନିଟ ସମୟରେ ଡାଳିଭଙ୍ଗା ଘଟ ଆଣି ସେହି ଘଟର ଜଳକୁ ମହାଦେବଙ୍କ ନିକଟରେ ଅର୍ପଣ କରାଯିବା ପରେ ରାତି 3ଟା ସମୟର କାଳିକା ଘଟ ଉଠାଇଥାନ୍ତି ଗଢ ଗ୍ରାମର ନଳିନୀ ସାହୁ । କାଳିକା ଘଟକୁ ମଧ୍ୟ ମନ୍ଦିରକୁ ଅଣାଯାଇ ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା । କାଳିକା ଘଟ ନ ଉଠିଲେ ଉଡା ଯାତ୍ରା ଅଞ୍ଚଳରେ ହେବା ସମ୍ଭବପର ନୁହେଁ । ଗୁରୁବାର ଦିନ ଭୋରରୁ ଗୋରିଆ ଭାର ଉଠାଯାଇ ମହାଦେବଙ୍କୁ ଅର୍ପଣ କରାଯାଇଥିଲା ।

ଗତକାଲି(ଶୁକ୍ରବାର) ଶେଷ ଦିନରେ ମହାବିଷୁବ ସଂକ୍ରାନ୍ତି ଅବସରରେ ଭୋର 4ଟା 30 ମିନିଟ ସମୟରେ ଖଡଖାଇ ନଦୀରୁ ଘଟ ଉତ୍ତୋଳନ କରାଯାଇ ଐଶନେଶ୍ବର ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା । ତେବେ ପୂର୍ବାହ୍ନ ପ୍ରାୟ 5 ଘଟିକା ସମୟରେ ଖଡଖାଇ ନଦୀରେ ବୁଡ଼ ପକାଇ ଶ୍ରଦ୍ଧାଳୁ ମାନେ ରାସ୍ତା ସାରା ଅଧିଆ ପଡି ମହାଦେବ ମନ୍ଦିରକୁ ଆସିଥିଲେ । ମଣ୍ଡାପାଟରେ ରଜନୀକାନ୍ତ ସାହୁ କଣ୍ଟା ଉପରେ ଶୋଇ ଓ ଖଣ୍ଡାପାଟରେ ନଳିନୀ ସାହୁ ଖଣ୍ଡା ଉପରେ ଛିଡା ହୋଇ ମନ୍ଦିରକୁ ଆସି ମହାଦେବ ମନ୍ଦିରର ପରିକ୍ରମା କରିଥିଲେ । ଶହ ଶହ ଭକ୍ତଙ୍କ ମଧ୍ୟରେ ମାନସିକଧାରୀ ମାନେ କିଏ ପିଠିରେ ଲୁହା କଣ୍ଟା ଫୋଡେ ତ ଆଉ କିଏ ଜିଭରେ କଣ୍ଟା ଫୋଡି ନାଚି ନାଚି ମହାଦେବ ପୀଠରେ ପହଞ୍ଚି ସାନିଧ୍ୟ ଲାଭ କରିଥିଲେ ।

ଏହି ଯାତ୍ରାରେ ସାମିଲ ହେବାକୁ ସ୍ଥାନୀୟ ଲୋକଙ୍କ ସମେତ ଦୂର ଦୂରଦୂରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ଉଡା ଯାତ୍ରା କମିଟିର ସଭାପତି କାଳି ଚରଣ ସାହୁ, ଉପସଭାପତି ସଞ୍ଜୟ ମହାନ୍ତି, ସମ୍ପାଦକ ଅଭିଜିତ ମହାନ୍ତି ପ୍ରମୁଖ ଓ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସେପଟେ ହଜାର ହଜାର ସଂଖ୍ୟାରେ ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷାକୁ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Apr 15, 2023, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.