ETV Bharat / state

ସାମାଜିକ ବାସନ୍ଦ ପରେ 2 ଆଦିବାସୀ ପରିବାରର ଧାରଣା

author img

By

Published : Nov 13, 2020, 7:23 PM IST

ଜିଲ୍ଲାର ତିରିଂ ଥାନା ଅଞ୍ଚଳରେ 2 ଆଦିବାସୀ ପରିବାର ଗୁଣିଗାରେଡି ନ ଶିଖିବା ପରେ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି । ଏଥିଲାଗି ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

Two social evicted tribal family protest for justice infront of Mayurbhanj sub-collector office
ସାମାଜିକ ବାସନ୍ଦ ପରେ 2 ଆଦିବାସୀ ପରିବାରର ଧାରଣା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଦୁଇ ଆଦିବାସୀ ପରିବାରକୁ ଗ୍ରାମର ମୁଖ୍ୟ ଦୀର୍ଘ 2ମାସ ଧରି ବାସନ୍ଦ କରିଛନ୍ତି । ବାସନ୍ଦ ହୋଇଥିବା ପରିବାର ସ୍ଥାନୀୟ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ କୌଣସି ସହାୟତା ନ ମିଳିବାରୁ ଶୁକ୍ରବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ସାନଡାଳିମା ଗ୍ରାମରେ ସମସ୍ତ ଆଦିବାସୀ ପରିବାର ଗୁଣିଗାରେଡି ଶିଖିବାର ନିୟମ ରହିଛି । ତେବେ ଏହି 2 ପରିବାର ଗୁଣିଗାରେଡି ଶିଖିବାକୁ ମନା କରିବାରୁ ସେମାନଙ୍କୁ ଗ୍ରାମରୁ ଗତ ସେପ୍ଟେମ୍ବର ପହିଲାରୁ ବାସନ୍ଦ କରାଯାଇଛି । ବାସନ୍ଦ ପରିବାର ହେଉଛନ୍ତି ସାନଡାଳିମା ଗ୍ରାମର ସାଙ୍ଖାର ବାସ୍କେ ଓ ଠୁମ୍ପୁ ସୋରେନଙ୍କ ପରିବାର। ସେମାନଙ୍କୁ ଆଦିବାସୀଙ୍କ ପାରମ୍ପାରିକ ସାମାଜିକ ବୈଠକରେ ଦୋଷୀ ସାବ୍ୟସ୍ତ କରାଯାଇ ସାମାଜିକ ବାସନ୍ଦ କରାଯିବାର ଦଣ୍ଡରେ ଗ୍ରାମର ମୁଖ୍ୟ ମାଝୀ ବାବା ନାମକ ଜଣେ ବ୍ୟକ୍ତି ଦଣ୍ଡିତ କରିଛନ୍ତି।

ତେବେ ଏହି 2 ପରିବାରର ଅଭିଯୋଗକୁ ଆଧାର କରି ରାଇରଙ୍ଗପୁର ଉପଖଣ୍ଡ ଜନ ମଙ୍ଗଳ ଅଧିକାରୀ ଗତ 28 ତାରିଖ ରେଙ୍ଗାଳବେଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦୁଇ ପକ୍ଷର ଦଶ ଜଣ ଗ୍ରାମବାସୀଙ୍କୁ ନେଇ ମାମଲାର ସମାଧାନ କରାଯିବାକୁ ପ୍ରତିଶୃତି ଦେଇଥିଲେ ହେଲେ ଉକ୍ତ ପ୍ରତିଶୃତିର ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ। ସାମାଜିକ ବାସନ୍ଦରେ ଅତିଷ୍ଠ ହୋଇ ସାମାଜିକ ପ୍ରଥା ବିରୁଦ୍ଧରେ ନ୍ୟାୟ ପାଇବାକୁ ପୀଡିତ ପରିବାର ଦ୍ବୟ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣାରେ ବସିଛନ୍ତି।

ଧାରଣାରେ ବସିଥିବା ସମୟରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଓ ଟାଉନ ଥାନା ଅଧିକାରୀ ପୀଡିତା ପରିବାରଙ୍କୁ ବୁଝାସୁଝା କରିଥିଲେ । ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଏହି 2 ପରିବାରକୁ ସମର୍ଥନ କରିଛି। ପୀଡିତ ପରିବାର ଦ୍ବୟଙ୍କୁ ଯଥାଶୀଘ୍ର ନ୍ୟାୟ ନ ମିଳିଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଆଦିବାସୀ ସେଙ୍ଗେଲ ଅଭିଯାନର ଓଡ଼ିଶା ପ୍ରଦେଶ ସଭାପତି ନରେନ୍ଦ୍ର ହେମ୍ବ୍ରମ ଚେତାବନୀ ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.