ETV Bharat / state

କାଳ ସାଜିଲା ଲଗାଣ ବର୍ଷା, କାନ୍ଥ ଭୁଶୁଡି ଦୁଇ ଭଉଣୀ ମୃତ - ମୟୂରଭଞ୍ଜରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା

ମୟୂରଭଞ୍ଜରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

କାଳ ସାଜିଲା ଲଗାଣ ବର୍ଷା, କାନ୍ଥ ଭୁଶୁଡି ଦୁଇ ଭଉଣୀ ମୃତ

author img

By

Published : Aug 20, 2022, 9:36 AM IST

Updated : Aug 20, 2022, 9:44 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ବିଶୋଇ ଥାନା ଭୋଳବେଡା ଗ୍ରାମରେ ଅଘଟଣ । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡିବାରୁ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତ ଭଉଣୀ ହେଉଛନ୍ତି ଗ୍ରାମର ଅନୀଲ ଗିରିଙ୍କ ଝିଅ ସୁଇଟି ଗିରି ଓ ନିହାରିକା ଗିରି । ଜଣଙ୍କ ବୟସ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୬ ବର୍ଷ ହୋଇଥିବା ଜଣାପଡିଛି ।

କାଳ ସାଜିଲା ଲଗାଣ ବର୍ଷା, କାନ୍ଥ ଭୁଶୁଡି ଦୁଇ ଭଉଣୀ ମୃତ

ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଗତ ରାତିରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବିଳମ୍ବିତ ରାତିରେ ଭୋଳବେଡା ଗ୍ରାମର ଅନୀଲ ଗିରିଙ୍କ ଘର କନ୍ଥ ଭୁଶୁଡି ପଡିଥିଲା । ଫଳରେ ଘରେ ଶୋଇଥିବା ବେଳେ ଅନୀଲ ତାଙ୍କ ଦୁଇ ଝିଅ ସୁଇଟି ଓ ନିହାରିକା କାନ୍ଥ ତଳେ ଚାପି ହୋଇଯାଇଥିଲେ। ଏହା ଦେଖି ପରିବାରର ଅନ୍ୟ ସଦସ୍ୟମାନେ ଗାଁ ଲୋକଙ୍କ ସହାୟତାରେ ତିନି ଜଣଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ଅନୀଲ ସାମାନ୍ୟ ଆହତ ହୋଇଥିବା ବେଳେ ଦୁଇ ଝିଅଙ୍କ ମୃତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଏହି ଘଟଣାକୁ ନେଇ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସରକାରୀ ସହାୟତା ପାଇଁ ଦାବି ହୋଇଛି ।

Last Updated : Aug 20, 2022, 9:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.