ରାଇରଙ୍ଗପୁର: ବ୍ୟାଟେରୀ ଚୋରି ରାକେଟ ଘଟଣାର ପର୍ଦ୍ଦାଫାଶ । ବିଭିନ୍ନ ଏଆରଟେଲ ଟାୱାରରୁ ବ୍ୟାଟେରୀ ଚୋରି ଅଭିଯୋଗରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ।
ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ପୋଲିସ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ବାଲେଶ୍ଵର ଜିଲ୍ଲା ସୋରୋ ଅଞ୍ଚଳର ନୃସିଂହ ଚରଣ ଶୁଣ୍ଢିବିଘ୍ରା ଓ ଅନ୍ୟଜଣେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ସନ୍ତୋଷ ପୁର୍ତ୍ତି ବୋଲି ଜଣାପଡିଛି ।
ତେବେ ପୋଲିସ ସେମାନଙ୍କ ନିକଟରୁ ୨୩ଟି ଏଆରଟେଲ ଟାୱାରର ବ୍ୟାଟେରୀ ଓ ୩ଟି ବୋଲେରୋ ଗାଡ଼ି ଜବତ କରିଛି । ସେପଟେ ଦୁଇ ଅଭିଯୁକ୍ତଙ୍କୁ କରଞ୍ଜିଆ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ