ETV Bharat / state

ଶିମିଳିପାଳରୁ ଦୁଇ ଶିକାରୀ ଗିରଫ, ୪ ଦେଶୀ ବନ୍ଧୁକ ଜବତ

author img

By

Published : May 25, 2023, 4:01 PM IST

ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରେଞ୍ଜ ଅନ୍ତର୍ଗତ ବଡ଼ଖମଣ ଅଞ୍ଚଳରେ ବନବିଭାଗର ଚଢ଼ାଉ । ଦୁଇ ଶିକାରୀକୁ ଗିରଫ ସହ ୪ଟି ଦେଶୀ ବନ୍ଧୁକ ଓ ବଜ୍ରକାପ୍ତା କାତି ମଧ୍ୟ ଜବତ କରିଛି ବନବିଭାଗ । ଅଧିକ ପଢନ୍ତୁ

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ
ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ

ରାଇରଙ୍ଗପୁର : ପୁଣି ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀକୁ ଗିରଫ କରିଛି ବନବିଭାଗ । ଏଥିସହ ସେମାନଙ୍କ ନିକଟରୁ ୪ ଟି ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି ମଧ୍ୟ ଜବତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରେଞ୍ଜ ଅନ୍ତର୍ଗତ ବଡ଼ଖମଣ ଅଞ୍ଚଳରେ ବନବିଭାଗ ଚଢ଼ାଉ କରିଥିବା ନେଇ ଜଣାପଡିଛି । ତେବେ ଗିରଫ ଶିକାରୀ ଦ୍ବୟ ଗାନସା ହୋ ଏବଂ ମଙ୍ଗଲ ସିଂ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଶିକାରୀ ଦ୍ବୟଙ୍କୁ ଗିରଫ କରି କପ୍ତିପଦା ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇ ଅଧିକ ପଚରାଉଚରା ଜାରି ରଖିଛି ବନବିଭାଗ ।

ପ୍ରକାଶ ଥାଉକି, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାରୀଙ୍କ ଗୁଳି ମାଡ଼ରେ ଜଣେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ବନବିଭାଗ ତତ୍ପରତା ଦେଖାଇ ଶିମିଳିପାଳର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସେହିପରି କିଛି ଦିନ ପୂର୍ବରୁ ଅର୍ଥାତ୍ ଗତ ୧୫ ତାରିଖ ବଜ୍ରକାପ୍ତା ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଥିଲା ପୋଲିସ । ଏହି ଘଟଣାରେ ଜଣେ ଫରେଷ୍ଟର ସମେତ ୬ ଜଣଙ୍କୁ ଗିରଫ କରା ଯାଇଥିଲା। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଝାଡ଼ ଗ୍ରାମ ନିକଟରେ ପୋଲିସ ଏହି ଚଢ଼ାଉ କରି ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା

ଏହା ମଧ୍ୟ ପଢନ୍ତୁ- ନୂଆ ସଂସଦ ଭବନ ଉଦଘାଟନ ବିବାଦ: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର

ସେହିପରି ଶିମିଳିପାଳ ଅଭୟାରଣ୍ୟର ବଡଝାଡ ଅଞ୍ଚଳରେ ଏକ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ଚାଲିଥିଲା ବେଳେ ପୂର୍ବ ସୂଚନା ଆଧାରରେ କପ୍ତିପଦା ଥାନା ପୋଲିସର ଏକ ଟିମ୍ ଡିଲ୍ ହେଉଥିବା ସ୍ଥାନରେ ଚଢାଉ କରିଥିଲା । ଚଢ଼ାଉ କରି ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ବନବିଭାଗର ଜଣେ ଫରେଷ୍ଟର ଓ ଅନ୍ୟ ୫ ଜଣଙ୍କୁ ଗିରଫ କରିଥିଲା କପ୍ତିପଦା ଥାନା ପୋଲିସ । ୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଯୋଜନା ଚାଲିଥିଲା। ଏହି ଘଟଣାରେ ୩ଟି ବାଇକ ମଧ୍ୟ ଜବତ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜ ଅଯୋଧ୍ୟା ଅଞ୍ଚଳର ଫୋରେଷ୍ଟର ରାମଚନ୍ଦ୍ର ମାରାଣ୍ଡି, ଦେଉଳି ଗ୍ରାମର ସନ୍ତୋଷ ସିଂ, ଭଣ୍ଡାରୀପାଳ ଗ୍ରାମର ସାହେବ ମାରାଣ୍ଡି, ଜେଏସକାମୁଡିବନ୍ଧ ପଞ୍ଚାୟତର ବିଶେଶ୍ୱର ମାରାଣ୍ଡି, ବାରିପଦାର ରମେଶ ଚନ୍ଦ୍ର ସିଂ ଓ ବେତନଟୀର ଗଗନ ବେହେରା ବୋଲି ଜଣା ପଡିଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.