ETV Bharat / state

ଦନ୍ତା ଆକ୍ରମଣରେ ଦୁଇ ମୃତ

author img

By

Published : Mar 3, 2023, 8:37 PM IST

ମୟୂରଭଞ୍ଜ ଜିଲ୍ଲାର ପୃଥକ ପୃଥକ ଦୁଇଟି ସ୍ଥାନରେ ଦନ୍ତାହାତୀ ଆକ୍ରମଣ । ଘରେ ଶୋଇଥିବା ବେଳେ ଦନ୍ତା ହାତୀର ଆକ୍ରମଣ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢ ରେ ଟାଣି ଆଣି କଚାଡି ହତ୍ୟା କରିଛି । ଅଧିକ ପଢ଼ନ୍ତ

Etv Bharat
Etv Bharat

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ପୃଥକ ପୃଥକ ଦୁଇଟି ସ୍ଥାନରେ ଦନ୍ତା ହାତୀ ଆକ୍ରମଣ । ଆକ୍ରମଣରେ ଚାଲିଗଲା ଦୁଇ ନିରୀହ ଜୀବନ । ତେବେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆଁ ବ୍ଲକ ବାଟିସାହି ଗାଁରେ ଗତକାଲି ବିଳମ୍ବିତ ପ୍ରଥମ ଘଟଣା ଦେଥିବାକୁ ମିଳିଛି। ନରହନ୍ତା ହାତୀ ରୁଟିଆ ହେମ୍ବ୍ରମ ନାମକ ଜଣେ ୭୪ ବର୍ଷର ବୃଦ୍ଧଙ୍କୁ କବାଟ ଭାଙ୍ଗି ଘର ଭିତରକୁ ପଶି ଦଳି ମାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ରୁଟିଆଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସ୍ତ୍ରୀ ସେଠାରୁ କୌଣସି ମତେ ଖସି ପଳାଇ ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ତେବେ ରୁଟିଆ ଘରୁ ବାହାରକୁ ଆସି ପାରିନଥିଲେ ଏବଂ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ରୁଟିଆ ଥାନା ପୋଲିସ ଓ ବନବିଭାଗର ଟିମ ପହଞ୍ଚି ମୃତଦେହ କୁ ଉଦ୍ଧାର କରିଥିଲେ। ଏହାସହ ମୃତଦେହ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରା ଯାଇଥିବାର ସୂଚନା ମିଳିଛି। ତା ସହିତ ସ୍ଥାନୀୟ ରରୁଆଁ ବନ ଅଧିକାରୀ, ରେଞ୍ଜ ଅଫିସର ଏବଂ ଯଶିପୁର ଥାନା ଅଧିକାରୀ ମୃତକଙ୍କ ଘରକୁ ପହଞ୍ଚି ଆଂଶିକ ସରକାରୀ ସାହାଯ୍ୟ ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, କରଞ୍ଜିଆ ବନଖଣ୍ଡ ରେ ହାତୀପଲ ଉପଦ୍ରବ ଦୀର୍ଘ ଦିନ ଧରି ଚାଲିବା ପରେ କିଛି ଦିନ ବନ୍ଦ ହୋଇ ଯାଇଥିଲା। ଏହି ବର୍ଷ ଏହି ବନଖଣ୍ଡ ରୁ ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ରୁ ୪ ଜଣ ଆହତ ହୋଇଛନ୍ତି। ବନ ବିଭାଗ ଯେତେ ପ୍ରୟାସ କଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ଭାବେ ଘଉଡ଼ାଇବାରେ ସକ୍ଷମ ହୋଇ ପାରୁ ନାହାନ୍ତି ।

ସେପଟେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝରିଆ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଝରିଆ ଗ୍ରାମର ଭୁଲ୍ ରାମଙ୍କୁ ଦନ୍ତା ହାତୀ ଶୁଣ୍ଢରେ ଟାଣି ଆଣି କଚାଡି ଦେଇ ପାଦରେ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ତେବେ ସେହି ଘରେ ଥିବା ମୃତକଙ୍କ ସ୍ତ୍ରୀ ଓ ତିନି ବିବାହିତା ଝିଅ କୌଣସି ମତେ ବର୍ତ୍ତି ଯାଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଓ ରାସଗୋବିନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲ କୁ ପଠାଇଥିଲେ ।

ତେବେ ବର୍ତ୍ତମାନ ଖରାଦିନ ଆରମ୍ଭ ହେଉଥିବା ବେଳେ ଏଭଳି ଅଞ୍ଚଳ ଗୁଡିକର ଅଧିକାଂଶ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ଘର ବାହାରେ ବିଛଣା କରି ଶୋଇଥାନ୍ତି ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଛି। ତେଣୁ ବନ ବିଭାଗ ପକ୍ଷରୁ କଡା ପଦକ୍ଷପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.