ରାଇରଙ୍ଗପୁରରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିଲେ ମନ୍ତ୍ରୀ - health card distribution in rairangpur
ରାଇରଙ୍ଗପୁର ଗସ୍ତ କରି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଅଧିକ ପଢ଼ନ୍ତୁ...
ରାଇରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ହିତାଧିକାରୀଙ୍କୁ ହେଲ୍ଥ କାର୍ଡ ବାଣ୍ଟିଛନ୍ତି । ସେପଟେ ରାଇରଙ୍ଗପୁର ଗସ୍ତ କରି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ବାଦାମପାହାଡ଼ରେ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିଛନ୍ତି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ।
ଏହି ଅବସରରେ ରାଇରଙ୍ଗପୁର ଓ ବାଦାମପାହାଡରେ ପାରମ୍ପରିକ ନୃତ୍ୟଗୀତ ପରିବେଶଣ କରି ମନ୍ତ୍ରୀମାନଙ୍କୁ ସ୍ବାଗତ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
ବାରିପଦାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ସହ ୨୪ ଶହ କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ପରେ ରାଇରଙ୍ଗପୁରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବାଦାମପାହାଡରେ ମନ୍ତ୍ରୀ ପଦ୍ମନାଭ ବେହେରା ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତଥା ୨୬ ତାରିଖ ପର୍ଯ୍ୟନ୍ତ ଏହି ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ । ମନ୍ତ୍ରୀମାନେ ହିତାଧିକାରୀଙ୍କୁ ସିଧାସଳଖ ଭାବରେ କାର୍ଡ ବଣ୍ଟନ କରିବେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ