ETV Bharat / state

ଡକାୟତି ଉଦ୍ୟମ ପଣ୍ଡ: ଦୁଇ ହାଇୱେ ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ଟ୍ରକ ଡ୍ରାଇଭର - Karanjia Police

ହାଇୱେ ଲୁଟେରାଙ୍କୁ କାବୁ କରି ଖୁଣ୍ଟରେ ବାନ୍ଧିଲେ ଟ୍ରକ ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥରେ ଡକାୟତି ଉଦ୍ୟମ କରୁଥିବା ବେଳେ ଧରାପଡି ମାଡ ଖାଉଥିବାର ଦୃଶ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ଡକାୟତି ଉଦ୍ୟମ ପଣ୍ଡ, ଦୁଇ ହାଇୱେ ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ଟ୍ରକ ଡ୍ରାଇଭର

author img

By

Published : Sep 4, 2021, 7:34 AM IST

ରାଇରଙ୍ଗପୁର: ଡକାୟତି ଉଦ୍ୟମ ବେଳେ ଦୁଇ ହାଇୱେ ଲୁଟେରାଙ୍କୁ କାବୁ କରି ଖୁଣ୍ଟରେ ବାନ୍ଧିଲେ ଟ୍ରକ ଡ୍ରାଇଭର, ଆଉ ଏହି ଘଟଣାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଦିନ ଦ୍ଵିପହରରେ ଲୁଟ ଉଦ୍ୟମ, ସେ ପୁଣି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗାଁ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ । ଡକାୟତି ଉଦ୍ୟମ ବେଳେ ଦୁଇ ହାଇୱେ ଲୁଟେରାକୁ କାବୁ କରିଛନ୍ତି ଟ୍ରକ ଡ୍ରାଇଭର ।

ଡକାୟତି ଉଦ୍ୟମ ପଣ୍ଡ, ଦୁଇ ହାଇୱେ ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ଟ୍ରକ ଡ୍ରାଇଭର

ସେମାନଙ୍କୁ କାବୁକରି ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ ମାରିବା ସହ ନେଇ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି, ଆଉ ଏ ଭିଡିଓର ସତ୍ୟତା ନିମନ୍ତେ ଅନୁସନ୍ଧାନ ପରେ ଜଣାଗଲା ଯେ ଗତ ମଙ୍ଗଳବାର ଅପରାହ୍ନ ସମୟରେ ଦୁଇ ଡକାୟତ ୪୯ ନମ୍ବର ଜାତୀୟ ରାଜପଥରେ ଏକ କଣ୍ଟେନରକୁ କଳା ବୁଲେଟ ଯୋଗେ ପିଛାକରି ଦରି ଗ୍ରାମ ନିକଟସ୍ଥ ଠିଆନାଳୀ ନିକଟରେ ଫିଲ୍ମ ଷ୍ଟାଇଲରେ ଆସି କଣ୍ଟେନର ସମ୍ମୁଖରେ ବୁଲେଟକୁ ରଖି ଲୁଟ କରୁଥିବା ସମୟରେ ଡ୍ରାଇଭର ଏବଂ ହେଲ୍ପର ପାଟି କରିବାରୁ ଘଟଣା ସ୍ଥଳରେ ଅନ୍ୟଗାଡି ମଧ୍ୟ ଛିଡା ହୋଇ ଯାଇଥିଲା ।

ତେବେ ଡକାୟତ ମାନେ ଲୁଟ କରୁଥିବା ଦେଖି ଅନ୍ୟ ଟ୍ରକ ଡ୍ରାଇଭର ମାନେ ଦୁଇ ଲୁଟେରାଙ୍କୁ ଘଟଣା ସ୍ଥଳରେ କାବୁ କରି ଏକ ଖୁଣ୍ଟରେ ବାନ୍ଧି ରଖିଥିଲେ । ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଡକାୟତକୁ ଗିରଫ କରିବା ସହିତ ତାଙ୍କ ଠାରୁ ଏକ ବୁଲେଟ, ଦୁଇଟି ମୋବାଇଲ ଫୋନ ଏବଂ ନଗଦ ଦୁଇ ହଜାର ଟଙ୍କା ଜବତ କରିଥିଲେ ।

ସୂଚନାନୁଯାୟୀ ଏକ ସପ୍ତାହ ପୂର୍ବରୁ ଠିକ ଏହି ସ୍ଥାନରେ ଏହିପରି ଢ଼ଙ୍ଗରେ ଟ୍ରକରୁ ଲୁଟବେଳେ ଜୈନିକ ଯୁବକଙ୍କୁ ଏକ ଅଜଣା ଟ୍ରକ ଚାପିଦେଇ ଘଟଣାସ୍ଥଳରୁ ଫେରାର ଥିବା ସେତେବେଳେ ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଗତ କିଛି ଦିନ ମଧ୍ୟରେ ବିଭିନ୍ନ ଜାଗାରେ ଡକାୟତି ସହିତ ଲୁଟ ହେଉଥିବା ବେଳେ ପୋଲିସ ସେମାନଙ୍କର ଟେର୍ ପାଉ ନଥିଲା । ତେବେ ଏଭଳି ଏକ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.