ETV Bharat / state

ନାବାଳିକା ଅପହରଣକୁ ବିତିଛି ଚାରିଦିନ, ଅଭିଯୁକ୍ତକୁ ଗିରଫ ଦାବିରେ ବନ୍ଦ ପାଳନ

author img

By

Published : Sep 29, 2019, 3:07 PM IST

ଚାରିଦିନ ତଳୁ ଅପହରଣ ହେଲେଣି ଦୁଇ ନାବାଳିକା । ସ୍କୁଲ ଯାଇ ଆଉ ଫେରି ନଥିଲେ । ସେମାନଙ୍କୁ ସେହି ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ଅପହରଣ କରିଥିବା ପୋଲିସ ପାଖରେ ଅଭିଯୋଗ ହୋଇଛି । କିନ୍ତୁ ଆଜି ବି ଖାଲି ରହିଛି ପୋଲିସ ହାତ । ଯାହାର ପ୍ରତିବାଦରେ ସ୍ବରୁପ ଅଭିଯୁକ୍ତକୁ ଗିରଫ ଦାବିରେ ବନ୍ଦ ପାଳନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ନାବାଳିକା ଅପହରଣକାରୀଙ୍କୁ ଯଥାଶୀଘ୍ର ଗିରଫ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ । ହାଟବାଦଡା ଅଞ୍ଚଳରେ ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଇଛି । ସୂଚନା ଅନୁଯାୟୀ ଗତ ବୁଧବାର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଅଞ୍ଚଳର ଦୁଇ ଜଣ ନାବାଳିକା ସ୍କୁଲ ଯାଇ ଆଉ ଘରକୁ ଫେରି ନଥିଲେ । ସେମାନଙ୍କୁ ସେହି ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ଅପହରଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତକୁ ଗିରଫ ଦାବିରେ ବନ୍ଦପାଳନ

ତେବେ ଏହି ଘଟଣାକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଧରା ପଡିନାହିଁ । ଏହାର ପ୍ରତିବାଦରେ ହାଟବାଦଡା ଅଞ୍ଚଳର ବଣିକ ସଂଘ ତରଫରୁ ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରିବା ଦାବି ବନ୍ଦ ଡାକରା ଦିଆଯାଇଛି । ତେବେ ବନ୍ଦକୁ ଶାନ୍ତିପୂର୍ଣ୍ଣ ପାଳନ କରିଥିବାବେଳେ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଛି ।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଥିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

Intro:ରାଇରଙ୍ଗପୁର : ନାବାଳିକା ଅପହରଣକାରୀ ଙ୍କୁ ଯଥାଶୀଘ୍ର ଗିରଫ ଦାବିରେ ଆଜି ହାଟବାଦଡା ଅଞ୍ଚଳରେ ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ ଡାକରା ଦିଆଯିବା ସହିତ ବନ୍ଦ ପାଳନ କରାଯାଇଛି। ସୂଚନା ଅନୁଯାୟୀ ଗତ ବୁଧବାର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଅଞ୍ଚଳର ଦୁଇ ଜଣ ନାବାଳିକା ସ୍କୁଲ ଯାଇ ଆଉ ଘରକୁ ଫେରି ନଥିଲେ। ସେମାନଙ୍କୁ ସେହି ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ କୁଆଡ଼େ ନେଇ ପଳାଇ ଯାଇଥିବାର ପରିବାର ଲୋକ ଜାଣିବାକୁ ପାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଧରା ପଡି ନ ଥିବାରୁ ହାଟବାଦଡା ଅଞ୍ଚଳର ବଣିକ ସଂଘ ତରଫରୁ ଆଜି ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରିବା ଦାବି ନେଇ ହାଟବାଦଡା ଅଞ୍ଚଳ ବନ୍ଦ ଡାକରା ଦେଇଛନ୍ତି। ତେବେ ଶାନ୍ତିପୁର୍ଣ୍ଣ ଭାବରେ ବନ୍ଦ ପାଳନ କରୁଥିବା ଦେଖାଯାଇଛି। ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖା ଦେଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇବା ପାଇଁ ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେପଟେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଥିବା ଜଣାପଡିଛି ଏବଂ ଅତିଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି।
ବାଇଟ୧- ସ୍ଥାନୀୟ ବାସିନ୍ଦା।
ବାଇଟ୨- ପ୍ରଦୀପ ସାହୁ, ବଣିକ ସଂଘ ସଦସ୍ୟ।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.