ETV Bharat / state

ଦୁଇଟି ହାତୀ ଦାନ୍ତ ଜବତ, 4 ଗିରଫ - ହାତୀ ଶିକାର

ଉତ୍ତର ଶିମିଳିପାଳ ଡିଭିଜନ ଅଧିନସ୍ଥ ଅଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ହାତୀକୁ ମାରି ଦାନ୍ତ ନେଇଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

Poaching of elephant inside Similipal
ଦୁଇଟି ହାତୀ ଦାନ୍ତ ଜବତ, 4 ଗରିଫ
author img

By

Published : Jan 29, 2023, 12:37 PM IST

Updated : Jan 29, 2023, 3:17 PM IST

ଦୁଇଟି ହାତୀ ଦାନ୍ତ ଜବତ, 4 ଗିରଫ

ରାଇରଙ୍ଗପୁର: ଉତ୍ତର ଶିମିଳିପାଳ ଡିଭିଜନ ଅଧିନସ୍ଥ ଅଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ଆଜି ଭୋର ବନବିଭାଗ ଉତ୍ତର ଶିମିଳିପାଳ ଡିଭିଜନ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ଚଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବାରେ ସଫଳ ହୋଇଛି । ଏହା ସହିତ ବନବିଭାଗକୁ ଦୀର୍ଘ ଦିନ ପରେ ଏକ ବଡ଼ ସଫଳତା ମିଳିପାରିଛି । ଘଟଣାରେ ମୋଟ 7 ଜଣଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା ଏହାପରେ 4 ଜଣଙ୍କୁ ଗିରଫ କରିଥିବାବେଳେ 3 ଜଣଙ୍କୁ ଛାଡି ଦେଇଥିବା ଜଣାପଡିଛି । ଗତ ୨୧ରେ ତାଳବନ୍ଧ ରେଞ୍ଜରୁ ହାତୀ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାସ ହୋଇଛି । ହାତୀକୁ ମାରି ଦାନ୍ତ ନେଇଥିବା ଅଭିଯୋଗରେ ୪ ଶିକାରୀ ଗିରଫ କରିବା ସହ ହାତୀ ଦାନ୍ତ ଜବତ କରିଛି ବିଶୋଇ ଥାନା ପୋଲିସ । ଜବତ ହାତୀ ଦାନ୍ତକୁ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡକୁ ହସ୍ତାନ୍ତର କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ଡିଭିଜନର ମଣଦା ରେଞ୍ଜ ଅନ୍ତର୍ଗତ ରୁଗୁଡିଡି ଗ୍ରାମ ଓ ମାଟିଆଣି ଗ୍ରାମରେ ଶିକାରୀମାନେ ହାତୀ ଦାନ୍ତ ରଖିଥିବା କୌଣସି ସୁତ୍ରରୁ ଖବର ପାଇଥିଲା ବନବିଭାଗ । ଏହା ପରେ ଏକ ସ୍ବତନ୍ତ୍ର ଟିମ୍ ରୁଗଡିଡି ଗ୍ରାମ ଓ ମାଟିଆଣି ଗ୍ରାମରେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ କରି ଦୁଇଟି ବଡ ବଡ଼ ହାତୀ ଦାନ୍ତ ଜବତ କରିବା ସହ ହାତୀ ଦାନ୍ତ କାରବାରରେ ସଂପୃକ୍ତ 7 ଜଣ ବ୍ୟକ୍ତିଙ୍କୁ ଧରିଥିଲେ । ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ଛାଡି ଦେଇଥିବାବେଳେ 4 ଜଣଙ୍କୁ ଗିରଫ କରିଛି । ବନବିଭାଗ ପକ୍ଷରୁ ସୂଚନା ମିଳିଛି ଦୁଇଟି ହାତୀ ଦାନ୍ତର ଆନୁମାନିକ ଓଜନ ୩୫ ରୁ ୪୦ କେଜି ହେବ । ଜବତ ହାତୀ ଦାନ୍ତ ଦୁଇଟିକୁ ଶିମିଳିପାଳ ନର୍ଥ ଡିଭିଜନକୁ ବନବିଭାଗର ସ୍ବତନ୍ତ୍ର ଟିମ୍ ନେଇ ଯାଇଥିବା ଜଣାପଡିଛି ।

ଗରିଫ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ପଚରାଉଚରା କରା ଯାଉଥିବା ଜଣାପଡିଛି । ତେବେ ବର୍ତ୍ତମାନର ବଡ଼ ପ୍ରଶ୍ନ ହେଉଛି ଏହି ହାତୀ ଦାନ୍ତ କେଉଁଠାରୁ ଆସିଲା, କେଉଁଠାରେ ଓ କିପରି ଭାବରେ ଦନ୍ତା ହାତୀକୁ ହତ୍ୟା କରାଯାଇ ଦାନ୍ତ କଟା ଯାଇଛି । ଏହି ଘଟଣାରେ ଆଉ କେତେ ଜଣ ସଂପୃକ୍ତ ଅଛନ୍ତି ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ । ତେବେ ଗତ ୨୧ ତାରିଖ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ରେଞ୍ଜରେ ଗୋଟିଏ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଯାହାର ଦାନ୍ତ ଗୁଡିକ ଦୁର୍ବୃତ୍ତମାନେ କାଟି ନେଇ ଯାଇଥିଲେ ।

ତେବେ ଜବତ ହୋଇଥିବା ଦାନ୍ତଗୁଡିକ ଉକ୍ତ ମୃତ ହାତୀର ନା ଆଉ ଅନ୍ୟ କୌଣସି ହାତୀର ସେନେଇ ଅଟକ ଥିବା ବ୍ୟକ୍ତିଙ୍କୁ ଅଧିକ ପଚରାଉଚରା ଜାରି ରଖିଛି ବନବିଭାଗ । ବିଶୋଇ ଥାନା ପୋଲିସର ସହାୟତାରେ ବନବିଭାଗର ଏହି ଟିମ୍‌ରେ ସାତୋଟି ରେଞ୍ଜ ଯଥା ତାଳବନ୍ଧ, ଚହଲା, ବରେଇପାଣୀ, ଗୁଡୁଗୁଡିଆ, କେନ୍ଦୁମୁଣ୍ଡି, ଇକୋ ଟ୍ୟୁରିଜିମ ଓ ନଅଣା ରେଞ୍ଜର ଅଧିକାରୀ ସମେତ ବନ କର୍ମଚାରୀମାନେ ସାମିଲ ଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Jan 29, 2023, 3:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.