ETV Bharat / state

ବାଟରେ ଛକିଥିଲା ମୃତ୍ୟୁ ! ବାଇକ ଦୁର୍ଘଟଣାରେ ଚାଲିଗଲେ ଦୁଇ ଭାଇ

ଭାରସାମ୍ୟ ହରାଇ ସିମେଣ୍ଟ ଖୁଣ୍ଟରେ ପିଟି ହେଲା ବାଇକ । ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 10, 2023, 1:18 PM IST

ରାଇରଙ୍ଗପୁର: ମୟୂରଭଞ୍ଜରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ସିମେଣ୍ଟ ଖୁଣ୍ଟରେ ପିଟି ହେଲା ବାଇକ । ଦୁଇ ଭାଇଙ୍କର ଏକା ସାଙ୍ଗର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ଉଦଳା ଥାନା ଅନ୍ତର୍ଗତ କୁଶଳଦା ଛକ ନିକଟରେ । ଦୁଇ ମୃତକ ଭାଇ ହେଉଛନ୍ତି କୁଶଳଦା ଗ୍ରାମର ଦୁଇ ଭାଇ ଶରତ ସିଂ ଏବଂ ରାମଚନ୍ଦ୍ର ସିଂ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦୁଇ ଭାଇ ଶରତ ଏବଂ ରାମଚନ୍ଦ୍ର ଜଣେ ସହଯୋଗୀଙ୍କ ସହିତ କୌଣସି କାମରେ ବାଇକ ଯୋଗେ ବାହାରକୁ ଯାଇଥିଲେ । କାମ ସାରି ଅପରାହ୍ନ ସମୟରେ ବାଇକ ଯୋଗେ ତିନି ଜଣ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ହଠାତ ଭାରସାମ୍ୟ ହରାଇ ବାଇକଟି ଏକ ସିମେଣ୍ଟ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ତିନି ଜଣ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ପଡି ରହିଥିଲେ । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳେ ପହଞ୍ଚି ଆହତ ତିନି ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦୁଇ ଭାଇ ଶରତ ସିଂ ଏବଂ ରାମଚନ୍ଦ୍ର ସିଂଙ୍କୁ ମୃତ ଘୋଷଣା କରିଥିଲେ । ଏବଂ ଅନ୍ୟ ଜଣେ ଯୁବକ ଗୁରୁତର ଥିବା ସୂଚନା ଦେଇଥିଲେ । ଗୁରୁତର ଯୁବକ ଜଣକ କୁଶଳଦା ଗ୍ରାମର ଗଗନ ମାରାଣ୍ଡି ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଫେରିବା ବେଳେ ଗଲା ଦୁଇ ଜୀବନ, ଜାତୀୟ ରାଜପଥରେ ମୃତଦେହ ରଖି କ୍ଷତିପୂରଣ ଦାବି

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଭାଇଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିଲା । ଆଜି ଦୁଇ ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ଗତକାଲି କୁହାଯାଇଥିଲା । ତେବେ ଦୁଇ ଭାଇଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଗତ 6 ତାରିଖ ଦିନ କଳାହାଣ୍ଡିରେ ପିକଅପ ଭ୍ୟାନ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ ପରିବାର ଓ ଗ୍ରାମବାସୀ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.