ETV Bharat / state

ଜଙ୍ଗଲରେ କରୁଥିଲେ ରୋଷେଇ, ୨ ଜଣଙ୍କୁ ବାନ୍ଧିଲା ପୋଲିସ - fire in a forest

କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲ ନମ୍ବର ୧ରେ ନିଆଁ ଲଗାଇବା ଘଟଣାରେ ଠାକୁରମୁଣ୍ଡାରୁ ୨ ଜଣଙ୍କୁ ଗିରଫ କରାଯାଇଛି ।

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୨ ଗିରଫ
ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୨ ଗିରଫ
author img

By

Published : Mar 20, 2021, 2:50 PM IST

ରାଇରଙ୍ଗପୁର: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୨ ଗିରଫ । ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କାଳିଆଜିଆଣି ସଂରକ୍ଷିତ ଜଙ୍ଗଲ ନମ୍ବର ୧ରେ ନିଆଁ ଲଗାଇବା ଘଟଣାରେ ଠାକୁରମୁଣ୍ଡାରୁ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଉଛନ୍ତି ତାଳପଦା ଗ୍ରାମର ଭୁଟେଶ୍ବର ନାଏକ(୫୫) ଓ ଫାତୁ ଦଣ୍ଡପାଟ(୪୦) । ଉଭୟଙ୍କୁ ଗିରଫ କରି ଆଜି କେଶ ନମ୍ବର ୨୭୨/୨୦-୨୧ ଅନୁଯାୟୀ ବନ ବିଭାଗ ତାଙ୍କୁ କୋର୍ଟ ଚାଲାଣ କରିଛି।

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୨ ଗିରଫ

ତେବେ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଫରେଷ୍ଟର ନଳିନୀକାନ୍ତ ମହାନ୍ତ, ବନରକ୍ଷୀ କିଶୋର ପାତ୍ର, ସଚ୍ଚିତାନନ୍ଦ ବେହେରା ସମେତ ବନକର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ଏହି ଦୁଇ ଜଣକୁ କାଳିଆଜିଆଣି ଜଙ୍ଗଲ ଭିତରୁ ଧରିଥିଲେ। ଦୁଇଜଣ ସେଠାରେ ହେଉଥିବା ଏକ ଇଟାଭାଟି କାମରେ ଆସି ଜଙ୍ଗଲ ଭିତରେ ରୋଷେଇ କରୁଥିବା ସମୟରେ ସେମାନଙ୍କୁ ଗିରଫ କରାଯାଇଛି ।

ରୋଷେଇ ସମୟରେ ସେମାନେ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଶେଷରେ ଜଙ୍ଗଲରେ ଲାଗିଥିବା ଏହି ନିଆଁକୁ ବନକର୍ମଚାରୀ ମାନେ ଲିଭାଇ ଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.