ETV Bharat / state

ସୁଧାରଗୃହରୁ ଅନ୍ତେବାସୀଙ୍କୁ ଫେରାର କରିଥିବା ଦୁଇ ଅଭିଯୁକ୍ତ ଗିରଫ - mayurbhanja news

ସୁଧାରଗୃହରୁ ଅନ୍ତେବାସୀ ଫେରାର। ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘ 8 ଦିନର ଲୁଚାଛପା ଖେଳ ଆଜି ଖତମ। ଶେଷରେ ପୋଲିସ କବଜ୍ଜାରୁ ଫେରାର 2 ଯୁବତୀ ଓ ସେମାନଙ୍କୁ ସାହାଯ୍ୟ କରିଥିବା ଅଭିଯୁକ୍ତ ଗିରଫ। ଅଧିକ ଖବର ପଢନ୍ତୁ...

accused arrest
ସୁଧାର ଗୃହରୁ ଅନ୍ତେବାସୀଙ୍କୁ ଫେରାର କରିଥିବା ଦୁଇ ଅଭିଯୁକ୍ତ ଗିରଫ
author img

By

Published : Dec 9, 2019, 7:15 PM IST

ବାରିପଦା: ସୁଧାରଗୃହରୁ ଅନ୍ତେବାସୀ ଫେରାର । ଆଉ ଦୀର୍ଘ 8 ଦିନର ଖୋଜଖବର ପରେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ଏହାସହ ଅନ୍ତେବାସୀଙ୍କୁ ଫେରାର କରିବାରେ ସହଯୋଗ କରିଥିବା 2 ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏମାନେ ଆଜି ରାସଗୋବିନ୍ଦପୁର ଦେଇ ପଶ୍ଚିମବଙ୍ଗ ଯାଉଥିବା ଦୁଇ ଯୁବତୀଙ୍କ ସହ ଅଭିଯୁକ୍ତଙ୍କୁ ନିଜ କବଜ୍ଜା ଆଣିଥିଲା ପୁଲିସ।

ସୂଚନା ଥାଉକି, ଏହି ଅଭିଯୁକ୍ତ ହେଲେ ସ୍ଥାନୀୟ ଶୁନଗଡିଆ ଅଞ୍ଚଳର ରବୀ ମୁଖୀଙ୍କ ପୁଅ ପପୁ ମୁଖୀ(୨୨) ଏବଂ ଜିତୁ ବନ ସିଂଙ୍କ ପୁଅ ବିନୋଦ କୁମାର ସିଂ ଓରଫ କୁନା । ସୁଧାରଗୃହରୁ ଫେରାର ହୋଇଯାଇଥିବା ଯୁବତୀ ହେଉଛନ୍ତି ବାରିପଦା ପୌରପାଳିକାର ୱାର୍ଡ ନଂ-୨୦ ଶୁନଗଡିଆ ଅଞ୍ଚଳର ଜଣେ ନାବାଳିକା ଓ ପଶ୍ଚିମବଙ୍ଗର ଜଣେ ୨୨ ବର୍ଷୀୟା ଯୁବତୀ।

ସେମାନେ ଗତମାସ ୩୦ ତାରିଖ ରାତିରେ ସୁଧାର ଗୃହ କବାଟ ଭାଙ୍ଗି ବାଉଁଶ ସାହାଯ୍ୟରେ ତିନି ମହଲା ବିଲ୍ଡିଂରୁ ଓହ୍ଲାଇ ଫେରାର ହୋଇଯାଇଥିବା ଜଣା ପଡିଥିଲା । ଏନେଇ ସ୍ବଧାର ଗୃହର ଅଧୀକ୍ଷକ ବିଦ୍ୟୁତପ୍ରଭା ନାୟକ ଗତ ୧ ତାରିଖରେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ହେଲେ ନିଖୋଜ ଦୁଇ ଯୁବତୀଙ୍କୁ ଧରିବାରେ ପୁଲିସ୍ ବିଫଳ ହୋଇଥିବାରୁ ପୁଲିସର କଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ସୁଧାର ଗୃହରୁ ଅନ୍ତେବାସୀଙ୍କୁ ଫେରାର କରିଥିବା ଦୁଇ ଅଭିଯୁକ୍ତ ଗିରଫ

ଫଳରେ ନିଖୋଜ ନାବାଳିକାର ମାଆ ଗତ ୩ ତାରିଖରେ ଝିଅକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ୍ ୩୨୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତ ଏକ ଏଭେଞ୍ଚର ମୋଟର ସାଇକେଲରେ ରାସଗୋବିନ୍ଦପୁର ଦେଇ ପଶ୍ଚିମବଙ୍ଗକୁ ଏହି ଯୁବତୀଙ୍କୁ ନେଉଥିବା ପୁଲିସ ଖବର ପାଇଥିଲା।

ପରେ ଟାଉନ ଥାନା ପୁଲିସ୍ ସେମାନଙ୍କୁ ପିଛା କରି ପଶ୍ଚିମବଙ୍ଗ ଯାଉଥିବା ରାସ୍ତାରେ ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିବା ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାଶ ଜଣାଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ସ୍ଥାନୀୟ ସ୍ବଧାର ଗୃହରୁ ୮ଦିନ ଧରି ନିଖୋଜ ଥିବା ଦୁଇ ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କଲା ବାରିପଦା ଟାଉନ ଥାନା ପୁଲିସ। ଅଭିଯୁକ୍ତମାନେ ଅନ୍ତେବାସୀମାନଙ୍କୁ ନେଇ ରାସଗୋବିନ୍ଦପୁର ଦେଇ ପଶ୍ଚିମବଙ୍ଗ ନେଇଯାଉଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ପୁଲିସ ଦୁଇ ଯୁବତୀଙ୍କୁ ଉଧ୍ଯାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଶୁନଗଡିଆ ଅଞ୍ଚଳର ରବୀ ମୁଖୀଙ୍କ ପୁଅ ପପୁ ମୁଖୀ(୨୨) ଏବଂ ଜିତୁ ବନ ସିଂଙ୍କ ପୁଅ ବିନୋଦ କୁମାର ସିଂ ଓରଫ (କୁନା)। ସ୍ୱଧାର ଗୃହରେ ଫେରାର ହୋଇଯାଇଥିବା ଯୁବତୀମାନେ ହେଲେ ବାରିପଦା ପୌରପାଳିକାର ୱାର୍ଡ ନଂ-୨୦ ଶୁନଗଡିଆ ଅଞ୍ଚଳର ଜଣେ ନାବାଳିକା ଓ ପଶ୍ଚିମବଙ୍ଗର ଜଣେ ୨୨ ବର୍ଷୀୟା ଯୁବତୀ। ସେମାନେ ଗତମାସ ୩୦ ତାରିଖ ରାତିରେ ସୁଧାର ଗୃହ କବାଟ ଭାଙ୍ଗି ବାଉଁଶ ସାହାଯ୍ୟରେ ତିନି ମହଲା ବିଲ୍ଡିଂରୁ ଓହ୍ଲାଇ ଫେରାର ହୋଇଯାଇଥିବା ଜଣା ପଡିଥିଲା।ଏନେଇ ସ୍ବଧାର ଗୃହର ଅଧୀକ୍ଷକ ବିଦ୍ୟୁତପ୍ରଭା ନାୟକ ଗତ ୧ ତାରିଖରେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ହେଲେ ନିଖୋଜ ଦୁଇ ଯୁବତୀଙ୍କୁ ଧରିବାରେ ପୁଲିସ୍ ବିଫଳ ହୋଇଥିବାରୁ ପୁଲିସର କଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ନିଖୋଜ ନାବାଳିକାର ମାଆ ଗତ ୩ ତାରିଖରେ ଝିଅକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ୍ ୩୨୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସୂଚନା ମୁତାବକ ଅଭିଯୁକ୍ତମାନେ ଏକ ଏଭେଞ୍ଚର ମୋଟର ସାଇକେଲରେ ରାସଗୋବିନ୍ଦପୁର ଦେଇ ପଶ୍ଚିମବଙ୍ଗକୁ ଏହି ଯୁବତୀମାନଙ୍କୁ ନେଉଥିବା ପୁଲିସ ଖବର ପାଇଥିଲା । ପରେ ଟାଉନ ଥାନା ପୁଲିସ୍ ସେମାନଙ୍କୁ ପିଛା କରି ପଶ୍ଚିମବଙ୍ଗ ଯାଉଥିବା ରାସ୍ତାରେ ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାଶ ସୂଚନା ଦେଇଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.