ETV Bharat / state

ଅର୍ଦ୍ଧନିର୍ମିତ ଓଭରବ୍ରିଜ ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ - ଓଭରବ୍ରିଜ୍‌ ତଳକୁ ଗାଡି ସହ ଖସି ଚାଲିଗଲା ଜୀବନ

ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥରେ ଛାତିଥରା ଦୁର୍ଘଟଣା । ଅର୍ଦ୍ଧନିର୍ମିତ ଓଭରବ୍ରିଜ୍‌ ତଳକୁ ଗାଡି ସହ ଖସି ଚାଲିଗଲା ଡ୍ରାଇଭରର ଜୀବନ । ଅଧିକ ପଢନ୍ତୁ

ଅର୍ଦ୍ଧନିର୍ମିତ ଓଭରବ୍ରିଜ ତଳକୁ ଖସିଲା ଟ୍ରକ
ଅର୍ଦ୍ଧନିର୍ମିତ ଓଭରବ୍ରିଜ ତଳକୁ ଖସିଲା ଟ୍ରକ
author img

By

Published : Oct 29, 2022, 9:32 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଟ୍ରକ ସହ ନିର୍ମାଣଧିନ ଓଭରବ୍ରିଜ ତଳକୁ ପଡି ଡ୍ରାଇଭରର ମୃତ୍ୟୁ । ମୃତକଙ୍କ ପରିଚୟ ଅସ୍ପଷ୍ଟ ।

ଏହା ମଧ୍ୟ ପଢନ୍ତୁ:1999 CYCLONE: ପୁରିଛି ୨୩ବର୍ଷ, ଆଜିବି ମହାବାତ୍ୟାର ମହାକ୍ଷତି ଅପୂରଣୀୟ

ସୂଚନାଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ବମ୍ବେଛକ ନିକଟରେ ଓଭରବ୍ରିଜଟି ଅସମ୍ପୁର୍ଣ୍ଣଭାବେ ପଡିରହିଛି । ତେବେ ଆଜି(ଶନିବାର) ଏକ ଦ୍ରୁତଗାମୀ ଆସୁଥିବା ଏକ ଟ୍ରକଟି ରାସ୍ତା ଜାଣିନପାରି ଓଭରବ୍ରିଜ ତଳକୁ ଖସିପଡିଥିଲା(Trucks Falls From Under Constructed Over Bridge) । ଫଳରେ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ତେବେ ଟ୍ରକଟି ଆସିବା ସମୟରେ କିଛି ଯୁବକ ଡ୍ରାଇଭରଙ୍କୁ ବାରଣ କରିବା ସତ୍ତ୍ବେ ମଧ୍ୟ ଡ୍ରାଇଭରଜଣକ ଶୁଣିପାରିନଥିଲେ । ଫଳରେ ଅସମ୍ପୂର୍ଣ ଓଭରବ୍ରିଜ ତଳକୁ ଗାଡି ସହ ଖସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ଅର୍ଦ୍ଧନିର୍ମିତ ଓଭରବ୍ରିଜ ତଳକୁ ଖସିଲା ଟ୍ରକ

ଏହା ମଧ୍ୟ ପଢନ୍ତୁ: ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଓଡିଶା କହିଲେ ମୁଖ୍ୟମନ୍ତ୍ରୀ

ତେବେ ଅସମ୍ପୂର୍ଣ ଓଭରବ୍ରିଜରେ ଠିକା ସଂସ୍ଥା କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଧ୍ୟ କୌଣସି ସାଇନ୍ ବୋର୍ଡ ଲାଗିନଥିଲା । ଠିକା ସଂସ୍ଥାର ବେପାରୁଆ ମନୋଭାବ ଯୋଗୁଁ ଆଜି ଅକାଳରେ ଏକ ମୂଲ୍ୟବାନ ଜୀବନ ଚାଲିଯାଇଛି । ଯଦି ସାଇନ୍ ବୋର୍ଡ ଲାଗିଥାନ୍ତା ତାହେଲେ ହୁଏତ ଆଜି ମୂଲ୍ୟବାନ ଜୀବନ ବଞ୍ଚିଯାଇଥାନ୍ତା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.