ETV Bharat / state

ଆମ୍ବୁଲାନ୍ସ ଉପରେ ଚଢିଗଲା ଟ୍ରକ, ରୋଗୀ ମୃତ - truck hits Ambulance

ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଉପରେ ଚଢ଼ିଗଲା ଟ୍ରକ । ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗରିପୋଷି ଦ୍ୱାରଶୁଣି ଘାଟି ନିକଟରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ...

ଆମ୍ବୁଲାନ୍ସ ଉପରେ ଚଢିଗଲା ଟ୍ରକ, ରୋଗୀ ମୃତ
ଆମ୍ବୁଲାନ୍ସ ଉପରେ ଚଢିଗଲା ଟ୍ରକ, ରୋଗୀ ମୃତ
author img

By

Published : Feb 10, 2021, 5:40 PM IST

Updated : Feb 10, 2021, 5:48 PM IST

ବାରିପଦା: ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଉପରେ ଚଢିଗଲା ଟ୍ରକ । ମୟୂରଭଞ୍ଜ ଜିଲ୍ଲା 49 ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ରୋଗୀର ମୃତ୍ୟୁ ଘଟିଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି ।

ଆମ୍ବୁଲାନ୍ସ ଉପରେ ଚଢିଗଲା ଟ୍ରକ, ରୋଗୀ ମୃତ

ସୂଚନାଯୋଗ୍ୟ, ମୟୂରଭଞ୍ଜ ତିରିଂରୁ ଆମ୍ବୁଲାନ୍ସଟି ରୋଗୀ ନେଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଆସୁଥିଲା । ଏହି ସମୟରେ ଦ୍ବାରଶୁଣୀ ଘାଟି ନିକଟରେ ଏକ ଟ୍ରକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଫଳରେ ରୋଗୀ ଜଣକର ମୃତ୍ୟୁ ଘଟିଛି । ବାଙ୍ଗରିପୋଷି ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣାରେ ଗୁରୁତର ଆମ୍ବୁଲାନ୍ସ କର୍ମଚାରୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ଉଦ୍ଧାର କରି ବାଙ୍ଗରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 10, 2021, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.