ETV Bharat / state

ଭେଟେରାନ୍ ଅଭିନେତା ବିଜୟ ମହାନ୍ତିଙ୍କୁ ହରିବୋଲ ପ୍ରଡକ୍ସନର ଶ୍ରଦ୍ଧାଞ୍ଜଳୀ

ବାରିପଦା ମାଟିରେ ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଆ ସିନେମା ଜଗତର ବରିଷ୍ଠ କଳାକାର ଅସିତ ପତି, ଓଡ଼ିଆ ଅଭିନେତା ଅନୁପ ସାହା, ସନ୍ତୋଷ ମହାନ୍ତି, ସୁନୀଲ ଜେନା ପ୍ରମୁଖ ସାମିଲ ହୋଇଥିଲେ । ଆଉ ତାଙ୍କ ଫଟୋରେ ପୁଷ୍ପ ଅର୍ପଣ କରିବା ସହ ବିଜୟଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

ଭେଟେରାନ୍ ଅଭିନେତା ବିଜୟ ମହାନ୍ତିଙ୍କୁ ହରିବୋଲ ପ୍ରଡକ୍ସନର ଶ୍ରଦ୍ଧାଞ୍ଜଳୀ
ଭେଟେରାନ୍ ଅଭିନେତା ବିଜୟ ମହାନ୍ତିଙ୍କୁ ହରିବୋଲ ପ୍ରଡକ୍ସନର ଶ୍ରଦ୍ଧାଞ୍ଜଳୀ
author img

By

Published : Jul 31, 2020, 9:49 PM IST

ବାରିପଦା: ଜୁଲାଇ 20ରେ ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗ ଓଡ଼ିଆ ନାଟକ ତଥା ସିନେ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ଆଜି ବି ବିଜୟ ମହାନ୍ତିଙ୍କୁ ଝୂରି ହେଉଛନ୍ତି କଳାକାରମାନେ । ଏହି ଅବସରରେ ବାରିପଦା ଠାରେ ହରିବୋଲ ପ୍ରଡକ୍ସନ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଆ ସିନେମା ଜଗତର ବରିଷ୍ଠ କଳାକାର ଅସିତ ପତି, ଓଡ଼ିଆ ଅଭିନେତା ଅନୁପ ସାହା, ସନ୍ତୋଷ ମହାନ୍ତି, ସୁନୀଲ ଜେନା ପ୍ରମୁଖ ସାମିଲ ହୋଇଥିଲେ । ଆଉ ତାଙ୍କ ଫଟୋରେ ପୁଷ୍ପ ଅର୍ପଣ କରିବା ସହ ବିଜୟଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

ଭେଟେରାନ୍ ଅଭିନେତା ବିଜୟ ମହାନ୍ତିଙ୍କୁ ହରିବୋଲ ପ୍ରଡକ୍ସନର ଶ୍ରଦ୍ଧାଞ୍ଜଳୀ

ତେବେ ସ୍ବର୍ଗତ ବିଜୟ ମହାନ୍ତି ବାରିପଦା ଠାରେ ପାଠ ପଢ଼ିବା ସହ ପିଲାଦିନ ଏଇଠି କାଟି ଥିବାରୁ ବାରିପଦା ମାଟି ଏବେ ବି ବିଜୟ ମହାନ୍ତିଙ୍କୁ ଝୁରୁଛି ବୋଲି କହିଛନ୍ତି ଓଡ଼ିଆ ସିନେ ଜଗତର କଳାକାରମାନେ ।

ପ୍ରକାଶ ଥାଉ କି, ବିଜୟ ମହାନ୍ତି ପଲସ ଜନିତ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.