ETV Bharat / state

ଛାତ୍ରଙ୍କ ନାଁରେ ଷ୍ଟଡିଲୋନ କରି କୋଟିକୋଟି ଟଙ୍କା ଚଳୁ କଲେ କଲେଜ କର୍ତ୍ତୃପକ୍ଷ - ମୟୂରଭଞ୍ଜ ଘରୋଇ ଇଞ୍ଜିନିଅରିଂ କଲେଜ

ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପାଟପୁରରେ ଥିବା ଘରୋଇ ଇଞ୍ଜିନିଅରିଂ କଲେଜର ଛାତ୍ରମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କୋଟି କୋଟି ଟଙ୍କାର ଷ୍ଟଡି ଲୋନ କରି ଟଙ୍କା ଆତ୍ମସାତ ଅଭିଯୋଗ କରିଥିବା ଅବିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Sep 24, 2019, 4:10 PM IST

ବାରିପଦା: ଆଦିବାସୀ ଛାତ୍ରଙ୍କ ନାଁରେ କୋଟି କୋଟି ଟଙ୍କାର ଷ୍ଟଡି ଲୋନ କରି ଟଙ୍କା ଆତ୍ମସାତ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପାଟପୁରରେ ଥିବା ଘରୋଇ ଇଞ୍ଜିନିଅରିଂ କଲେଜର ଛାତ୍ରମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଏସଏସବି ରିଜିଓନାଲ ଇନ୍‌ଷ୍ଟିଟ୍ୟୁସନ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ପାଠ ପଢ଼ୁଥିବା ଛାତ୍ରମାନେ ଥାନାକୁ ଯାଇ ଏହି ଘଟଣାର ତଦନ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁସାରେ ସୋମବାର ଛାତ୍ରମାନେ ବାରିପଦା ସ୍ଥିତ ବିଜୟା ବ୍ୟାଙ୍କରୁ ନିଜ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ନାଁରେ କଲେଜ କର୍ତ୍ତୃପକ୍ଷ ଅଜାଣତରେ ବ୍ୟାଙ୍କରୁ ଷ୍ଟଡି ଲୋନ କରି ଟଙ୍କା ଆତ୍ମସାତ କରିଛନ୍ତି । ବାରିପଦାରୁ ଛାତ୍ରମାନେ ଫେରିବା ପରେ କଲେଜ କର୍ତ୍ତୃପକ୍ଷ ଛାତ୍ରମାନଙ୍କୁ କଲେଜକୁ ପ୍ରବେଶ ଅନୁମତି ଦେଇ ନଥିଲେ । ଯାହା ଫଳରେ ୫୦ରୁ ଊର୍ଦ୍ଧ୍ବ ଛାତ୍ର ଗତକାଲି ରାତିରେ ୫ କିଲୋମିଟର ବର୍ଷାରେ ଭିଜି ଭିଜି ମୋରଡା ଥାନାକୁ ପହଞ୍ଚିଥିଲେ । ଥାନାରେ ପହଞ୍ଚି ଛାତ୍ରମାନେ କଲେଜ କର୍ତ୍ତୃପକ୍ଷଙ୍କ ନାଁରେରେ ଏତଲା ଦେଇଥିଲେ ଏବଂ ଘଟଣାର ତଦନ୍ତ କରି ନ୍ୟାୟ ମାଗିଥିଲେ ।

ଅଭଯୋଗ ପରେ ମୋରଡା ଥାନାରେ ପହଞ୍ଚିଥିଲେ ଏସଏସବି ରିଜିଓନାଲ ଇନ୍‌ଷ୍ଟିଟ୍ୟୁସନ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶକ । ତେବେ ଛାତ୍ରଙ୍କ ସହ ଏ ବାବଦରେ ଆଲୋଚନା ବଦଳରେ ଛାତ୍ରଙ୍କୁ କଲେଜ ହଷ୍ଟେଲରୁ ବହିଷ୍କାର କରିଦିଆଯାଇଛି ବୋଲି କହି ଥାନାରୁ ଚାଲିଯାଇଥିଲେ । ତେବେ ବିଳମ୍ବିତ ରାତି ପ୍ରାୟ ୨ ଟାରେ ଥାନା ଅଧିକାରୀଙ୍କ ସହଯୋଗରେ ଛାତ୍ରମାନଙ୍କୁ ଆଣି କଲେଜ ହଷ୍ଟେଲରେ ଛାଡି ଦେଇଥିବା ଜଣାପଡିଛି । ଛାତ୍ରମାନଙ୍କ ଅଭିଯୋଗ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଥିବାବେଳେ କଲେଜ ପକ୍ଷରୁ କୌଣସି ଛାତ୍ରଙ୍କ ନାଁରେ ଷ୍ଟଡି ଲୋନ ଉଠାଯାଇନାହିଁ ବୋଲି ସଫେଇ ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ କିଏ ଠିକ ଆଉ କିଏ ଭୁଲ । କଲେଜ ଛାତ୍ର ନା କଲେଜ କର୍ତ୍ତୃପକ୍ଷ । ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:         ଆଦିବାସୀ ଛାତ୍ର ଙ୍କ ନାଁରେ କୋଟି କୋଟି ଟଙ୍କାର ଷ୍ଟଡି ଲୋନ କରି ଟଙ୍କା ଆତ୍ମସାତ ଅଭିଯୋଗ, ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପାଟପୁର ରେ ଥିବା ଘରୋଇ ଇଞ୍ଜିନିଅରିଂ କଲେଜ ଏସ ଏସ ବି ରିଜିଓନାଲ ଇନ୍ଷ୍ଟିଟ୍ୟୁସନ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ରେ ପାଠ ପଢ଼ୁଥିବା ଛାତ୍ର ମାନେ ଏ ଭଳି ସଂଗୀନ ଅଭଯୋଗ ଆଣିଛନ୍ତି - ଗତକାଲି ଛାତ୍ର ମାନେ ବାରିପଦା ସ୍ଥିତ ବିଜୟା ବ୍ୟାଙ୍କ ରୁ ନିଜ ବ୍ୟାଙ୍କ ଷ୍ଟେଟମେଣ୍ଟ ରୁ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ନାଁରେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ମାନଙ୍କର ଅଜାଣତରେ ବ୍ୟାଙ୍କ ରୁ ଷ୍ଟଡି ଲୋନ କରି ଟଙ୍କା ଆତ୍ମସାତ କରିଛନ୍ତି - ବାରିପଦା ରୁ ଛାତ୍ରମାନେ ଫେରିବା ପରେ କଲେଜ କର୍ତ୍ତୃପକ୍ଷ ଛାତ୍ର ମାନଙ୍କୁ କଲେଜ କୁ ପ୍ରବେଶ ଅନୁମତି ଦେଇ ନ ଥିଲା ଯାହା ଫଳରେ ୫୦ ରୁ ଉର୍ଦ୍ଧ ଛାତ୍ର ଗତକାଲି ରାତିରେ ୫ କିଲୋମିଟର ବର୍ଷାରେ ଭିଜି ଭିଜି ମୋରଡା ଥାନା କୁ ପହଂଚିଥିଲେ - ଥାନାରେ ପହଂଚି ଛାତ୍ର ମାନଙ୍କ ଅଜାଣତରେ ଷ୍ଟଡି ଲୋନ ଉଠିଥିବା ନେଇ କଲେଜ କର୍ତ୍ତୃପକ୍ଷ ଙ୍କ ନାଁରେ ରେ ଥାନାରେ ଏତଲା ଦେଇଥିଲେ ଏବଂ ଘଟଣାର ତଦନ୍ତ କରି ନ୍ୟାୟ ମାଗିଥିଲେ
         ବାଇଟ- ଯଦୁନାଥ ମୁର୍ମୁ- ଅଭିଯୋଗକାରି ଛାତ୍ର
         ବାଇଟ- ଫଗୁ ହାଁସଦା - ଅଭିଯୋଗକାରି ଛାତ୍ର
ଛାତ୍ର ମାନଙ୍କ ଏ ଭଳି ସଂଗୀନ ଅଭଯୋଗ ପରେ ମୋରଡା ଥାନାରେ ପହଂଚିଥିଲେ ଏସ ଏସ ବି ରିଜିଓନାଲ ଇନ୍ଷ୍ଟିଟ୍ୟୁସନ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ର ନିର୍ଦ୍ଦେଶକ ତେବେ ଛାତ୍ର ମାନଙ୍କ ସହ ଆଲୋଚନା ବଦଳରେ ଛାତ୍ର ମାନଙ୍କୁ କଲେଜ ହଷ୍ଟେଲ ରୁ ବହିଷ୍କାର କରାଯାଇଛି ବୋଲି କହି ଥାନାରୁ ଚାଲିଯାଇଥିଲେ - ତେବେ ବିଳମ୍ବିତ ରାତ୍ରି ପ୍ରାୟ ୨ ଟାରେ ଥାନା ଅଧିକାରୀ ଙ୍କ ସହଯୋଗ ରେ ଛାତ୍ର ମାନଙ୍କୁ ଆଣି କଲେଜ ହଷ୍ଟେଲ ରେ ଛାଡି ଦେଇଥିବା ଜଣାପଡିଛି - ଛାତ୍ର ମାନଙ୍କ ଅଭିଯୋଗ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଥିବା ବେଳେ କଲେଜ ପକ୍ଷରୁ କୌଣସି ଛାତ୍ର ଙ୍କ ନାଁରେ ଷ୍ଟଡି ଲୋନ ଉଠାଯାଇନାହିଁ ବୋଲି ସଫେଇ ଦେଇଛନ୍ତି
         ବାଇଟ- ଡ଼ କମଳେନ୍ଦୁ ମହାନ୍ତ- ନିର୍ଦ୍ଦେଶକ- ଏସ ଏସ ବି ରିଜିଓନାଲ ଇନ୍ଷ୍ଟିଟ୍ୟୁସନ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି
Conclusion:ଏଠି ପ୍ରଶ୍ନ କିଏ ଠିକ ଆଉ କିଏ ଭୁଲ କଲେଜ ଛାତ୍ର ନା କଲେଜ କର୍ତ୍ତୃପକ୍ଷ ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.