ETV Bharat / state

ଆହାର ଛଡାଇ ନେଲା କୋରୋନା, ସଙ୍କଟରେ ଆଦିବାସୀଙ୍କ ଜୀବନ ଜୀବିକା - ଶାଳ ପତ୍ର

ଭୟ ଓ ଭୋକର ଦୋଛକିରେ ଆଦିବାସୀଙ୍କ ଜୀବନ । ପଦାକୁ ଗଲେ କୋରୋନା ଭୟ । ଆଉ ନଗଲେ ଜଳି ଯାଉଛି ପେଟ । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ........

ସଙ୍କଟରେ ଆଦିବାସୀଙ୍କ ଜୀବନ ଜୀବିକା
ସଙ୍କଟରେ ଆଦିବାସୀଙ୍କ ଜୀବନ ଜୀବିକା
author img

By

Published : Apr 21, 2020, 5:43 PM IST

Updated : Apr 21, 2020, 7:04 PM IST

ବାରିପଦା: ବର୍ତ୍ତମାନ ଚାରିଆଡେ କୋରୋନା କଟକଣା । ତାଲାବନ୍ଦ କରିଛି ସମସ୍ତଙ୍କୁ ବ୍ୟସ୍ତ ଓ ବିବ୍ରତ । ସତେ ଯେମିତି ଥମି ଯାଇଛି ଜୀବନ ଜୀବିକା । ଏଥିରୁ ବର୍ତ୍ତି ପାରିନି ବଣ ପାହାଡ଼ ଘେରା ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା । ଏଠାରେ ରହୁ ଥିବା ଗରିବ ଖଟିଖିଆ ଆଦିବାସୀ ବର୍ଷ ତମାମ ଜଙ୍ଗଲରୁ ମହୁଲ ଫୁଲ, ଶାଳପତ୍ର ଆଦି ସଂଗ୍ରହ କରି ଏହାକୁ ବିକି ନିଜ ପରିବାର ଚଳାଇଥାନ୍ତି । ହେଲେ ତାଲାବନ୍ଦ ଯୋଗୁଁ ସେମାନଙ୍କ ଜୀବନ ଜୀବିକା ଠପ ହୋଇପଡିଛି । ନିତିଦିନ ସକାଳୁ ଜଙ୍ଗଲକୁ ଯାଇ ଏ ସବୁ ସଂଗ୍ରହ କରୁଛନ୍ତି, କିନ୍ତୁ ବିକ୍ରି ପାଇଁ ନା ଅଛି ସୁଯୋଗ ନା କିଣିବାକୁ ଆସୁଛନ୍ତି ବେପାରୀ । ସେପଟେ ପାଖରେ ଟଙ୍କା ପଇସା ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ ।

ଆହାର ଛଡାଇ ନେଲା କୋରୋନା, ସଙ୍କଟରେ ଆଦିବାସୀଙ୍କ ଜୀବନ ଜୀବିକା

ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରୁଥିବା ମହିଳାମାନେ ଏବେ ଜଙ୍ଗଲରୁ ଶାଳପତ୍ର ସହ ମହୁଲ ଫୁଲ ସଂଗ୍ରହ କରି ଆଣି ଘରେ ରଖୁଛନ୍ତି । ଆଉ ଆଶା କେବଳ ଗୋଟିଏ ଲକଡାଉନ ଖୋଲିଲେ ବଜାରକୁ ନେଇ ଏହାକୁ ବିକ୍ରି କରିବେ । କିନ୍ତୁ ଏହା ସତ ଯେ ବିକ୍ରି ସୁଯୋଗ ନପାଇଲେ ଖୁବ ଶୀଘ୍ର ଏହା ନଷ୍ଟ ହୋଇଯିବ । ଯାହା ସେମାନଙ୍କ ଚିନ୍ତା ବଢାଇଦେଇଛି । ଲକଡାଉନ ପାଇଁ ବେପାରୀ ଗାଁକୁ ଆସୁ ନାହାନ୍ତି କିମ୍ବା ଏମାନେ ବିକ୍ରି ପାଇଁ ବଜାରକୁ ଯାଇପାରୁନାହାନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କରିଥିବା ଋଣ ଦିନକୁ ଦିନ ବଢି ଚାଲୁଥିବା ବେଳେ କିପରି ଋଣ ପରିଶୋଧ କରିବେ ତାକୁ ନେଇ ଚିନ୍ତାରେ ମହିଳା । ସେପଟେ ସରକାର ଏମାନଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି ।

ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଛନ୍ତି ସତ ହେଲେ ଏହା ବିକ୍ରି ସୁଯୋଗ ନପାଇଲେ ଖୁବଶୀଘ୍ର ନଷ୍ଟ ହେବ ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସରକାର ଏମାନଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Apr 21, 2020, 7:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.