ETV Bharat / state

ଷ୍ଟାଇପେଣ୍ଡ ପାଇଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆଦିବାସୀଙ୍କ ବିକ୍ଷୋଭ

ଷ୍ଟାଇପେଣ୍ଡ ପାଇ ନଥିବା ଅଭିଯୋଗରେ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲାର ଅଧ୍ୟୟନରତ ଆଦିବାସୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ

author img

By

Published : Jul 10, 2022, 10:38 AM IST

ଷ୍ଟାଇପେଣ୍ଡ ପାଇଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆଦିବାସୀ ସମ୍ପ୍ରଦାୟର ବିକ୍ଷୋଭ

ବାରିପଦା: ଷ୍ଟାଇପେଣ୍ଡ ପାଇଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆଦିବାସୀ ସମ୍ପ୍ରଦାୟର ବିକ୍ଷୋଭ ପ୍ରଦର୍ଶନ । ଏହାସହ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କର ଷ୍ଟାଇପେଣ୍ଡ ଅର୍ଥ ତୁରନ୍ତ ପ୍ରଦାନ କରି ସେମାନଙ୍କର ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରନ୍ତୁ ବୋଲି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଅଧ୍ୟୟନରତ ଆଦିବାସୀ ।

ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଟେକନିକାଲ କଲେଜ, ଆଇଟିଆଇ, ଡିଏମଏଲଟି କଲେଜ, ନର୍ସିଂ ସ୍କୁଲ, ଫାର୍ମାସିଷ୍ଟ କଲେଜରେ ଅଧ୍ୟନରତ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀମାନେ ଚଳିତ ବର୍ଷର ଷ୍ଟାଇପେଣ୍ଡ ଅର୍ଥ ପାଇ ନଥିବାରୁ ସେମାନେ କଲେଜ ଫିସ, ହଷ୍ଟେଲ ଫିସ ତଥା ଫର୍ମ ଫିଲପ ଫିସ ଭରଣା କରିପାରୁ ନଥିବାରୁ ନିଜର ଭବିଷ୍ୟତ ନେଇ ଚିନ୍ତାରେ ରହିଛନ୍ତି । ଏହି ଆଦିବାସୀ ଛାତ୍ରଛାତ୍ରୀ ମାନେ ଗତ ୨୦୨୧ ଅଗଷ୍ଟରୁ ଷ୍ଟାଇପେଣ୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କ ଠାରୁ କୌଣଷି ଷ୍ଟାଇପେଣ୍ଡ ଅର୍ଥ ଅଦ୍ୟାବଧି ପାଇନଥିବା ଅଭିଯୋଗ କରାଯାଇଛି । ଆସନ୍ତା ଜୁଲାଇ ୧୦ ତାରିଖ ସେମାନଙ୍କର ଫର୍ମ ଫିଲପର ଶେଷ ତାରିଖ ଏବଂ ଅଗଷ୍ଟ ୧ରୁ ପରୀକ୍ଷା ହେବ ବୋଲି ତାରିଖ ଘୋଷଣା କରାଯାଇଥିଲା ।

ଅନ୍ୟପଟେ ଷ୍ଟାଇପେଣ୍ଡ ଟଙ୍କା ମିଳିନଥିବାରୁ କଲେଜ ଓ ହଷ୍ଟେଲରେ ପିଲାମାନଙ୍କର ଡ୍ୟୁଜ କ୍ଲିୟର ହୋଇ ପାରି ନଥିବାରୁ ଫର୍ମଫିଲପ ପାଇଁ ମଧ୍ୟ ପିଲାଙ୍କ ପାଖରେ ଅର୍ଥ ନଥିବାରୁ ଏବେ ଜିଲ୍ଲାର ସମସ୍ତ ଟେକନିକାଲ କଲେଜ, ଆଇଟିଆଇ, ଡିଏମଏଲଟି କଲେଜ, ନର୍ସିଂ ସ୍କୁଲ, ଫାର୍ମାସିଷ୍ଟ କଲେଜରେ ଅଧ୍ୟନରତ ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ଅବସ୍ଥାରେ ଥାଇ ମାନସିକ ଚାପରେ ରହୁଥିବାର ଅଭିଯୋଗ ଆଣିଛନ୍ତି । ଯଦି ସରକାର ତୁରନ୍ତ ସେମାନଙ୍କର ଷ୍ଟାଇପେଣ୍ଡ ଅର୍ଥ ପ୍ରଦାନ ନକରନ୍ତି ତେବେ ସାରାରାଜ୍ୟର ପାଖାପାଖି ୫୨ ହଜାର ଆଦିବାସୀ ଛାତ୍ରଛାତ୍ରୀ ପ୍ରଭାବିତ ହେବା ସହ ପିଲା ମାନେ ପରୀକ୍ଷାରୁ ବଞ୍ଚିତ ହେବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ଏଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କର ଷ୍ଟାଇପେଣ୍ଡ ଅର୍ଥ ତୁରନ୍ତ ପ୍ରଦାନ କରି ସେମାନଙ୍କର ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରନ୍ତୁ ବୋଲି ବିଭିନ୍ନ ଟେକନିକାଲ କଲେଜରୁ ଆସିଥିବା ଆନ୍ଦୋଳନ ରତ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଠାରେ ଦାବି ଜଣାଇଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.